ରାସ୍ତା ଉପରେ ହୁତୁହୁତୁ ହେଇ ଜଳିଗଲା ବାଇକ୍
ବାସୁଦେବପୁର : ବାସୁଦେବପୁର ଥାନା ଗୋପାଳପୁର ଛକ ନିକଟରେ ରାସ୍ତା ଉପରେ ହୁତୁହୁତୁ ହେଇ ଜଳିଗଲା ବାଇକ୍ । ଅଳ୍ପକେ ବର୍ତିଲେ ଚାଳକ । ଆଜି ସକାଳେ ରାଧାନାଥପୁର ଅଞ୍ଚଳର ରଣଜିତ୍ ମାଇତି ନିଜର ବାପାଙ୍କୁ ନେଇ ବାଇକ ରେ ବାସୁଦେବପୁର କୁ ଆସୁଥିବାବେଳେ ବାଇକରେ ପେଟ୍ରୋଲ ସରିଯାଇଥିଲା। ଫଳରେ ରଣଜିତ୍ ବାଇଟିକୁ ଗଡ଼େଇ ଗଡ଼େଇ ଗୋପାଳପୁର ଛକ ନିକଟରେ ଥିବା ଦୋକାନରୁ ତେଲ ପକାଇଥିଲା ।
ତେଲ ପକାଇବାର କିଛି ସମୟ ପରେ ଗାଡ଼ିକୁ ଷ୍ଟାର୍ଟ କରିବାରୁ ହଠାତ୍ ଗାଡ଼ିରେ ନିଆଁ ଲାଗି ହୁତୁହୁତ ହୋଇ ଜଳିଯାଇଥିଲା । ପ୍ରାଣ ବିକଳରେ ରଣଜିତ୍ ବାଇକ୍ ଛାଡ଼ି ଦୌଡି ପଳାଇ ଆସିଥିଲେ ।
Powered by Froala Editor