ଆତ୍ମସମର୍ପଣ କରିବା ପରେ ବନ୍ଧୁକ ଛାଡିବାକୁ ଆହ୍ବାନ ଦେଲେ କୁଖ୍ୟାତ ମାଓନେତା
ଭୁବନେଶ୍ବର: ଭୁଶୁଡୁଛି ଲାଲଗଡ । ସରକାରଙ୍କ ମାଓଦମନ ନୀତି ସଫଳ ହେବାକୁ ଯାଉଛି । ଏହି କ୍ରମରେ ଜଣଙ୍କ ପରେ ଜଣେ ଟପ୍ ମାଓ ନେତା ଓ ସେମାନଙ୍କ ସାଥୀମାନେ ଆତ୍ମସମର୍ପଣ କରୁଛନ୍ତି । ତେବେ ସରକାରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବନ୍ଧୁକ ଛାଡ଼ି ଆତ୍ମସମର୍ପଣ କରିଛନ୍ତି କୁଖ୍ୟାତ ମାଓନେତା ନିଖିଲ । ନିଜେ ଆତ୍ମସମର୍ପଣ କରିବା ପରେ ବନ୍ଧୁକ ଛାଡିବାକୁ ସାଥୀଙ୍କୁ ଆହ୍ବାନ ଦେଇଛନ୍ତି ।
ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ନିଖିଲି । ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଆମେ ୧୫ ମାଓବାଦୀ ଗଣତାନ୍ତ୍ରିକ ରାସ୍ତାକୁ ଆସିଛୁ । ଏଥିପାଇଁ ଓଡ଼ିଶା ପୁଲିସ ପାଖରେ ଆତ୍ମସମର୍ପଣ କରିଛୁ ।
ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ଓଡ଼ିଶା ପୁଲିସ ସବୁ ପ୍ରକାର ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେଇଛି । ୯୪୩୭୬୪୩୮୩୯ ନଂରେ ଯୋଗାଯୋଗ କରିଲେ ଆଣିବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।
Powered by Froala Editor