ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ରାଉରକେଲା: ଦଶମ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ରାଉରକେଲା ପୁଲିସ ଜିଲ୍ଲା ଅଧୀନରେ ଥିବା ବିସ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମରେ ଏଭଳି ଘଟଣା ଘଟିଛି। ନାବାଳିକା ଜଣଙ୍କ ଗତକାଲି ସ୍କୁଲକୁ ଯାଇ ଆଉ ଫେରିନଥିଲେ। ଖୋଜାଖୋଜି କରିବା ପରେ ଜଙ୍ଗଲରୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପରିବାର ଲୋକେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏନେଇ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢନ୍ତି। ଗତକାଲି ସକାଳ ସାଢେ ୯ଟାରେ ନାବାଳିକା ସାଇକଲରେ ୮ କିମି ଦୂର ସ୍କୁଲ ବାହାରିଥିଲେ। ନାବାଳିକାର ବାପା ସ୍କୁଲର ଜଣେ ଶିକ୍ଷକଙ୍କୁ ଫୋନ୍ କରି ଝିଅ ହାତରେ ଚେରମୂଳି ଔଷଧ ପଠାଇବାକୁ କହିଥିଲେ। ହେଲେ ସବୁ ଶିକ୍ଷକ ଝିଅ ସ୍କୁଲ ଆସିନାହିଁ ବୋଲି କହିଥିଲେ। ପରିବାର ଲୋକେ ଏ ନେଇ ବିଶ୍ରା ଥାନାରେ ଅଭିଯୋଗ କରିବା ପରେ ଖୋଜା ଖୋଜି କରିଥିଲେ। ପରେ ଝିଅକୁ ଜଙ୍ଗଲରୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବିଶ୍ରା ଡାକ୍ତରଖାନା ପରେ ରାଉରକେଲା ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ରାଉରକେଲା ଆପୋଲୋ, IGH ଶେଷରେ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor