ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା
ଭୁବନେଶ୍ବର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା । ଗଞ୍ଜାମ ମାଆ ତାରାତାରିଣୀଙ୍କ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ। ଏହି ଯୋଜନା ନିମନ୍ତେ ବରର ବୟସ ସୀମା ୧୮ ରୁ ୩୫ ବର୍ଷ ଭିତରେ ଥିବା ବେଳେ କନ୍ୟାର ବୟସ ୨୧ ରୁ ୩୫ ବର୍ଷ ହେବା ଦରକାର । ଲାଭାର୍ଥୀଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ । ବିବାହର ସବୁ ଖର୍ଚ୍ଚ ସରକାର ବହନ କରିବେ । ସାମୁହିକ ବିବାହରେ ପ୍ରାୟ ୨୦୦ ଦମ୍ପତି ଯୋଗଦେବେ ।
ସେପଟେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମହିଳା ମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। କନ୍ୟା ବିବାହରେ ଯେପରି କୌଣସି ସମସ୍ୟା ହୋଇରହିବନି, ଏହି ଯୋଜନା ତାହାର ମାଧ୍ୟମ ସାଜିବ। ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ। ଝିଅଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ ଜୀବନ ପ୍ରଦାନ ଆମର ଲକ୍ଷ୍ୟ।
Powered by Froala Editor