ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ସକାଳ ୫ଟା ୩୫ ସମୟରେ ଜମ୍ମୁ ଏବଂ କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ଅବସ୍ଥିତ। ଏବଂ ଉପତ୍ୟକାରେ ଏହାର ଅବସ୍ଥିତି ଯୋଗୁଁ ଭୂମିକମ୍ପ ତୀବ୍ର ଭାବରେ ଅନୁଭୂତ ହୋଇଥିଲା। ଯାହା ଫଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା । ଭୂକମ୍ପ ଅନୁଭୂତ ହେବା ପରେ ବାରାମୁଲ୍ଲାର ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ବର୍ତ୍ତମାନ୍ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।
Powered by Froala Editor