Grammy Awardରେ ସମ୍ମାନିତ ଦଲାଇ ଲାମା
ବୌଦ୍ଧ ଧାର୍ମ ସବୁଠାରୁ ବଡ଼ ଧର୍ମଗୁରୁ ଦଲାଇ ଲାମା ଗ୍ରାମୀ ପୁରସ୍କାର ଜିତିଛନ୍ତି। ୯୦ ବର୍ଷ ବୟସରେ ଦଲାଇ ଲାମାଙ୍କୁ ସମ୍ମାନଜନକ ଗ୍ରାମୀ ଆୱାର୍ଡ ପ୍ରଦାନ କରାଯାଇଛି। ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଉତ୍ସବରେ, ଦଲାଇ ଲାମା ତାଙ୍କ ଆଲବମ୍ ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ ଲାମା’ପାଇଁ ସର୍ବୋତ୍ତମ ଅଡିଓବୁକ୍, ନାରେସନ୍ ଓ ଷ୍ଟୋରିଟେଲିଂ ରେକର୍ଡିଂ ପାଇଁ ପୁରସ୍କାର ଜିତିଛନ୍ତି।
ଉଲ୍ଲେଖନୀୟ ଯେ ଗ୍ରାମୀ ପୁରସ୍କାର ସଂଗୀତ ଜଗତର ଏକ ଅତ୍ୟନ୍ତ ମର୍ଯ୍ୟାଦାଜନକ ପୁରସ୍କାର, ଯାହା ସଂଗୀତ ଶିଳ୍ପ ସହିତ ଜଡିତ ଶ୍ରେଷ୍ଠ କଳାକାରମାନଙ୍କୁ ପ୍ରଦାନ କରାଯାଏ। ସେ ତାଙ୍କର ଆଲବମ ‘ସ୍ପୋକେନ ୱାର୍ଡ ମେଡିଟେସନ୍ସ: ଦି ରିଫ୍ଲେକ୍ସନ୍ସ ଅଫ ହିଜ ହୋଲିନେସ ଦି ଦଲାଇ ଲାମା’ ପାଇଁ ଗ୍ରାମୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଅଡିଓ ବୁକ, ନାରେସନ ଏବଂ ଷ୍ଟୋରିଟେଲିଂ ରେକର୍ଡିଂ ବର୍ଗରେ ଦଲାଇ ଲାମାଙ୍କୁ ଏହି ପୁରସ୍କାର ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଦଲାଇ ଲାମାଙ୍କର ପ୍ରଥମ ଗ୍ରାମୀ ପୁରସ୍କାର। ସେ ପ୍ରଥମ ଥର ପାଇଁ ପ୍ରାପ୍ତକାରୀଙ୍କ ତାଲିକାରେ କେ-ପପ ଷ୍ଟାର ଏବଂ ନିର୍ଦ୍ଦେଶକ ଷ୍ଟିଭେନ ସ୍ପିଲବର୍ଗଙ୍କ ସହିତ ଯୋଗ ଦେଇଛନ୍ତି। ରେକର୍ଡିଂ ଏକାଡେମୀ ଦ୍ୱାରା ପ୍ରତିବର୍ଷ ଗ୍ରାମୀ ପୁରସ୍କାର ଆୟୋଜନ କରାଯାଏ ଏବଂ ସଙ୍ଗୀତ ଶିଳ୍ପର ପ୍ରମୁଖ ବ୍ୟକ୍ତିମାନଙ୍କୁ ଏହା ପ୍ରଦାନ କରାଯାଏ।
ଦଲାଇ ଲାମା ଯେଉଁ ଅଡିଓ ଆଲବମ ପାଇଁ ଗ୍ରାମୀ ପୁରସ୍କାର ପାଇଥିଲେ ତାହା ବିଶ୍ୱର ଲୋକମାନଙ୍କୁ ଶାନ୍ତିର ବାର୍ତ୍ତା ପ୍ରଦାନ କରେ। ‘
Powered by Froala Editor