ଏମିତି କଲେ ହେବ ନାହିଁ ଗ୍ୟାସ୍
ବର୍ତ୍ତମାନର ଲୋକଙ୍କ ଲାଇଫଷ୍ଟାଇଲ ଖାଦ୍ୟପେୟର ଅଭ୍ୟାସ ପୂରା ପୁରି ବିଗିଡିଗଲାଣି। ପ୍ରାୟତଃ ଲୋକମାନେ ଏହି କଥାର ଧ୍ୟାନ ରଖନ୍ତିନାହିଁ ଯେ ତାଙ୍କ ପାଇଁ କେଉଁ ଡାଏଟ୍ ହେଲଦି ରହିବ ଏବଂ କେଉଁଟା ଅନହେଲଦି। ଯେତେବେଳେ ଆପଣ ନିଜର ଦୈନ୍ୟନ୍ଦିନ ଜୀବନରେ କୌଣସି ପାର୍ଟିରେ ଅଏଲୀ ଫୁଡ ଖାଇଦିଅନ୍ତି ତ ପେଟ ଗଡବଡ ହୋଇଯାଏ। ସାଧାରଣତଃ ଗ୍ୟାସ୍, ଏସିଡିଟୀ ଏବଂ ବ୍ଲଟିଙ୍ଗ କାରଣରୁ ବହୁତ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଯାହାଦ୍ୱାରା ଡେଲି ଲାଇଫର ନର୍ମାଲ ଆକ୍ଟିଭିଟିଜ୍ ପ୍ରଭାବିତ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଏବଂ ଏଥିପାଇଁ କେଉଁ ଖାଦ୍ୟ ଖାଇବେ ଓ କେମିତି ନିଜର ଯତ୍ନ ନେବେ।
ଇନଡାଇଜେସନ ଠାରୁ କେମିତି ପାଇବେ ରକ୍ଷା ଜାଣନ୍ତୁ
ପାଣି ପିଅନ୍ତୁ
ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ଆପଣଙ୍କୁ ପାଣି ପିଇବା ବହୁତ ଜରୁରୀ ହୋଇଥାଏ। ଯଦିଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ହାଇଡ୍ରେଟ ରହିବାକୁ ପରାମର୍ଶ ଦିଆଯାଏ। କାହିଁକିନା ଏମିତିରେ ଡାଇଜେସନ୍ ସମେତ ବଡି ଫଙ୍କସନ୍ ସଠିକ୍ ଢ଼ଙ୍ଗରେ ହୁଏ। ଆପଣଙ୍କୁ ଦିନସାରାରେ ଅତିକମରେ ୮ ରୁ ୧୦ ଗ୍ଲାସ ପାଣି ପିଇବା ଜରୁରୀ। ନଚେତ କିଛି ଏମିତି ଫୁଡ୍ ଆଇଟମ୍ ଖାଆନ୍ତୁ ଯେଉଁଥିରେ ଓ୍ଵାଟର କଣ୍ଟେଣ୍ଟ ଅଧିକ ଥିବ।
ଅଦା ଖାଆନ୍ତୁ
ନିଜ ଡେଲି ଡାଏଟରେ ଯଦି ଆପଣ ସିମିତ ମାତ୍ରାରେ ଅଦାକୁ ସାମିଲ କରିବେ ତାହେଲେ କବ୍ଜ ଏବଂ ଅପଚ ସମସ୍ୟା ଦୂରେଇ ରହିବ। ଆପଣ କଞ୍ଚା ଅଦାକୁ ଚୋବାଇ ଖାଆନ୍ତୁ, ଅଦାର ପାଣି ଏବଂ ଜିଞ୍ଜର କ୍ୟାଣ୍ଡିଂର ସେବନ କରନ୍ତୁ ଦେଖିବେ ଆରାମ ମିଳିବ।
ଦହି ଖାଆନ୍ତୁ
ଆମମାନଙ୍କୁ ଦହିର ସେବନ ନିଶ୍ଚୟ କରିବା ଉଚିତ। ଏହା ଏକ ପ୍ରୋବାୟୋଟିକ ଫୁଡ ଅଟେ। ଯେହେତୁ ଏହାର ଗୁଣ ଥଣ୍ଡା, ଏଥିପାଇଁ ଏହା ପେଟକୁ ଥଣ୍ଡା ରଖିଥାଏ ଏବଂ ଭୋଜନକୁ ଜଲଦି ପଚାଇଥାଏ। ଆପଣ ପ୍ରତ୍ୟେକ ମିଲ୍ ଖାଇବା ପରେ ଏହାକୁ ଖାଇପାରିବେ।
ଓ୍ଵାକ୍ କରନ୍ତୁ
ଅନେକ ଲୋକଙ୍କର ଅଭ୍ୟାସ ଥାଏ ଯେ ସେମାନେ ଖାଦ୍ୟ ଖାଇବାର ତୁରନ୍ତ ପରେ ବିଛଣାକୁ ପଳାନ୍ତି। ଯଦି ଆପଣ ଏପରି କରୁଛନ୍ତି ତାହେଲେ ଜମା ବି କରନ୍ତୁନାହିଁ। ଭୋଜନ କରିବା ପରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ନିଶ୍ଚୟ ଚାଲନ୍ତୁ।
Powered by Froala Editor