ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି
ପହଞ୍ଚ ଦୁଇଗୁଣ ହୋଇଛି ଏବଂ ସମ୍ପ୍ରତି ଏହା ଭାରତର ୯୦% ପିନ୍କୋଡରେ ସେବା ଯୋଗାଉଛି, ଏକ ଏକୀକୃତ ଡିଜିଟାଲ ଟ୍ରାକିଂ ପ୍ଲାଟଫର୍ମ ଏବଂ ପରିବର୍ଦ୍ଧିତ ଲଜିଷ୍ଟିକ୍ସ ଅଂଶୀଦାର ବ୍ୟବସ୍ଥା ଜରିଆରେ ଦ୍ରୁତ ଯୋଗାଣକୁ ଆଗେଇ ନେଉଛି
ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ କଲ୍ୟାଣ ଆବଶ୍ୟକତାକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ତାହାର ହୋମ୍ ଡେଲିଭରି କାର୍ଯ୍ୟ ପରିଚାଳନାରେ ପ୍ରମୁଖ ପରିବର୍ଦ୍ଧନ ସମ୍ପର୍କରେ ସୂଚନା ଦେଇଛି । ଏହି ଉନ୍ନତିକରଣ ସମଗ୍ର ଦେଶରେ ବିତରକଗଣ ଏବଂ ସେମାନଙ୍କର ଗ୍ରାହକମାନଙ୍କ ନିମନ୍ତେ ସରଳ ଅର୍ଡର ଦେବାର ଅନୁଭୂତି ତଥା ଏକ ଦ୍ରୁତ, ଅଧିକ ଭରସାଯୋଗ୍ୟ ସେବା ଯୋଗାଣ ପ୍ରତି କମ୍ପାନୀର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି । ବିଗତ ପାଞ୍ଚବର୍ଷ ମଧ୍ୟରେ ଆମୱେ ନିଜର ହୋମ୍ ଡେଲିଭରି ସାମର୍ଥ୍ୟକୁ ଉଲ୍ଲେଖନୀୟ ଭାବରେ ସୁଦୃଢ କରିଛି ଏବଂ ସେବା ଯୋଗାଣ ସମୟ ୪୮% (୩.୧ ଦିନରୁ ମାତ୍ର ୧.୬ ଦିନକୁ) ହ୍ରାସକରି ଏବଂ ପରବର୍ତ୍ତୀ ଦିବସରେ ସେବା ଯୋଗାଣକୁ ୨୯%ରୁ ୫୫%ରୁ ଅଧିକକୁ ବୃଦ୍ଧିକରି ସେବା ଯୋଗାଣ ବେଗରେ ବଡଧରଣର ଉନ୍ନତି ଆଣିଛି । ଏହି ପରିବର୍ଦ୍ଧିତ ଅନୁଭୂତିକୁ ଏହାର ସେବା ନେଟୱର୍କରେ ବଡଧରଣର ସମ୍ପ୍ରସାରଣ ସମର୍ଥନ ଯୋଗାଇ ଦେଉଛି ଏବଂ ସମ୍ପ୍ରତି ଏହା ଭାରତର ୯୦%ରୁ ଅଧିକ ପିନ୍କୋଡରେ ପହଞ୍ଚୁଛି, ଯାହା ୮୦୦୦ରୁ ବୃଦ୍ଧିପାଇ ୧୭,୫୦୦ରୁ ଅଧିକ ପିନ୍କୋଡରେ ପହଞ୍ଚିଛି । ଏହି ଉଲ୍ଲେଖନୀୟ ସଫଳତା ସମଗ୍ର ଭାରତରେ ଉପଭୋକ୍ତାମାନଙ୍କ ନିମନ୍ତେ ଗୁଣାତ୍ମକ କଲ୍ୟାଣକାରୀତାକୁ ସୁଲଭ୍ୟ କରିବା ପାଇଁ ଆମୱେର ଏକନିଷ୍ଠ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ଏହି ରୂପାନ୍ତରଣ ସମ୍ପର୍କରେ ପ୍ରକାଶ କରି ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଆମ ରଣକୋ÷ଶଳର ମୂଳ ସ୍ଥାନରେ ବିତରକଗଣ ଏବଂ ଗ୍ରାହକମାନେ ରହିଥିବାବେଳେ ଆମେ ହୋମ୍ ଡେଲିଭରିକୁ ଏକ ରଣକୋ÷ଶଳାତ୍ମକ ସ୍ତମ୍ଭ ଭାବରେ ନିର୍ମାଣ କରୁଛୁ- ଯାହା ଉତ୍ତମ ସେବା ଯୋଗାଣକୁ ସଶକ୍ତ କରୁଛି, ଉତ୍ପାଦ ପାଇବାରେ ଉନ୍ନତି ଆଣୁଛି ଏବଂ ସମଗ୍ର ଭାରତରେ ସହଜ ଅନୁଭୂତି ପ୍ରଦାନ କରୁଛି । ମଜଭୁତ ରାଷ୍ଟ୍ରୀୟ ଅଂଶୀଦାର ବ୍ୟବସ୍ଥା, ଏକ ମଜଭୁତ ଡିଜିଟାଲ ମେରୁଦଣ୍ଡ ଏବଂ ଅଧିକ ଶାଣିତ ଯୋଗାଣ ଶୃଙ୍ଖଳରେ ରଣକୋ÷ଶଳାତ୍ମକ ପୁଞ୍ଜିନିବେଶ ଦ୍ୱାରା ଏହି ରୂପାନ୍ତରଣ ପରିଚାଳିତ ହୋଇଛି, ଯାହା ଆମକୁ ଦ୍ରୁତ ଗତିରେ କର୍ତ୍ତବ୍ୟ ସମ୍ପାଦନ କରିବା, ଅଧିକ ସ୍ମାର୍ଟ ଭାବରେ କାର୍ଯ୍ୟ ପରିଚାଳନା ଏବଂ ଅଧିକ ସ୍ଥିରତାର ସହିତ ସେବା ଯୋଗାଣ ନିମନ୍ତେ ସୁଯୋଗ ଦେଉଛି । ଆମକୁ ଅଧିକ ଆସ୍ଥା ପ୍ରଦାନ କରୁଥିବା ବିଷୟ ହେଉଛି ବାସ୍ତବ କ୍ଷେତ୍ରରେ ଆମେ ଦେଖୁଥିବା ପରିବର୍ତ୍ତନ: ତାହା ହେଉଛି ଆମର ପହଞ୍ଚ ଅଧିକ ମଜଭୁତ, ଆମର ବ୍ୟବସ୍ଥାଗୁଡିକ ଅଧିକ ବୁଦ୍ଧିମାନ ଏବଂ ସମ୍ପ୍ରତି ଅନୁଭୂତି ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ସହଜ ଓ ସାବଲୀଳ ହୋଇଛି । ଆମେ ଆଗକୁ ବଢୁଥିବା ସମୟରେ ଆମେ ଭରସାଯୋଗ୍ୟତାକୁ ମଜଭୁତ କରି, ବକ୍ସ ଖୋଲିବା ଅନୁଭୂତିରେ ପରିବର୍ଦ୍ଧନ କରି ଏବଂ ସମଗ୍ର ଭାରତରେ ଆମର ଗ୍ରାହକଙ୍କ ନିମନ୍ତେ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ସେବା ଯୋଗାଣ ପରିବ୍ୟବସ୍ଥା ନିର୍ମାଣ କରି ଏହି ମାନଦଣ୍ଡ ଉପରକୁ ଉଠାଇବା ଉପରେ ଦୃଷ୍ଟିନିବଦ୍ଧ କରିଛୁ ।”
ଏଥିସହିତ ସଞ୍ଜୀବ ସୁରୀ, ସିନିୟର ଭାଇସ୍ ପ୍ରେସିଡେଣ୍ଟ, ଗ୍ଲୋବାଲ ଓମ୍ନି ଚାନେଲ ଲଜିଷ୍ଟିକ୍ସ, କଷ୍ଟମର ସର୍ଭିସେସ୍ ଆଣ୍ଡ ନର୍ଥ ରିଜନ, ଆମୱେ ଇଣ୍ଡିଆ କହିଥିଲେ, “ଯୋଗାଣ ଶୃଙ୍ଖଳ ମୂଲ୍ୟ କେନ୍ଦ୍ରଗୁଡିକରୁ ମୂଲ୍ୟ ସୃଷ୍ଟିକାରୀଙ୍କ ଆଡକୁ ନିରନ୍ତର ପରିବର୍ତ୍ତିତ ହେଉଥିବାବେଳେ ଆମୱେରେ ଆମର ଦୃଷ୍ଟି ସର୍ବଦା ପ୍ରକୃତ ଗ୍ରାହକ ମୂଲ୍ୟ ଯୋଗାଣ କରିପାରୁଥିବା ଏକ ବୁଦ୍ଧିମାନ, ସମ୍ବେଦୀ ଏବଂ ଲୋକ-କୈନ୍ଦ୍ରିକ ନେଟୱର୍କ ନିର୍ମାଣ ଉପରେ ନିବଦ୍ଧ ରହିଛି । ହୋମ୍ ଡେଲିଭରି ସେବା ଯୋଗାଣ ପରିଚାଳନାରେ ଏହି ଅଗ୍ରଗତି ଏହି ପରିବର୍ତ୍ତନକୁ ପ୍ରତିଫଳିତ କରୁଛି । ଉନ୍ନତ ଆନାଲିଟିକ୍ସ, ସମସ୍ତ ଟିମ୍ଗୁଡିକ ମଧ୍ୟରେ ମଜଭୁତ ସହଯୋଗୀତା ଏବଂ ରାଷ୍ଟ୍ରୀୟ ପରିବହନକାରୀଙ୍କ ସହିତ ଗଭୀର ଅଂଶୀଦାର ବ୍ୟବସ୍ଥା ସହିତ ଆମେ ସେବା ଯୋଗାଣ ବେଗ, ପରିବର୍ଦ୍ଧିତ ଭରସାଯୋଗ୍ୟତାରେ ଉନ୍ନତି ଆଣିଛୁ ଏବଂ ସମସ୍ତ ଅଞ୍ଚଳରେ ଗ୍ରାହକମାନଙ୍କୁ ସେବା ଯେଗାଇଦେବା ପାଇଁ ଆମର ସାମର୍ଥ୍ୟକୁ ସୁଦୃଢ କରିଛୁ । ବ୍ୟାଘାତ ସୃଷ୍ଟିକାରୀ ପର୍ଯ୍ୟାୟଗୁଡିକରେ ବାସ୍ତବ ସମୟ ଭିତ୍ତିକ ଦୃଶ୍ୟମାନତା, ସକାରାତ୍ମକ ଯୋଗାଯୋଗ ଏବଂ ନିର୍ଣ୍ଣାୟକ କାର୍ଯ୍ୟକାରିତା ଦ୍ୱାରା ଆମର ଯାତ୍ରା ଏହି ରୂପରେଖ ନେଇଛି । ଆମେ ଆଗକୁ ନଜର ପକାଉଥିବାବେଳେ ଏକ ସାବଲୀଳ, ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ସେବା ଯୋଗାଣ ଅନୁଭୂତି ସୃଷ୍ଟି କରିବାକୁ ଆମେ ନିରନ୍ତର ଏଆଇ, ଡିଜିଟାଲ ସାଧନସମୂହ ଏବଂ ସମ୍ମୁଖଭାଗ ସଶକ୍ତିକରଣକୁ ସମନ୍ୱିତ କରିବା ପ୍ରକ୍ରିୟା ଜାରି ରଖିବୁ ।”
Powered by Froala Editor