ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ବନ୍ଧାହେବେ କଳାକାର
ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ । ଯାତ୍ରା କମିଟିର ଆୟୋଜକ ଏବଂ ସଂପୃକ୍ତ କଳାକାର ବନ୍ଧାହେବେ । ଏହା ସହ ତତ୍କକ୍ଷଣ ଯାତ୍ରା କିମିଟିର ଲାଇସେନ୍ସକୁ ରଦ୍ଦ କରାଯିବ । ବିଏମ୍ସି ପକ୍ଷରୁ ଜାରି ଏସ୍ଓପିରେ ଏହା ସ୍ପଷ୍ଟ କରାଯାଇଛି ।
ଆଜିଠୁ ଖଣ୍ଡଗିରି ମେଳା । ୨୭ ତାରିଖରୁ କମ୍ପିବ ଯାତ୍ରା । ତା ପୂର୍ବରୁ ବିଏମ୍ସି ପକ୍ଷରୁ କଟକଣା ଲାଗୁ କରାଯାଇଛି । ଚଳିତ ବର୍ଷ ଯାତ୍ରା କମିଟିକୁ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯାତ୍ରା ସମୟରେ ଅଶ୍ଳୀଳ କମେଣ୍ଟ ବା ଉସ୍କାଇବା ଭଳି କମେଣ୍ଟ ନ କରିବାକୁ କୁହାଯାଇଛି । ଯାତ୍ରାପାର୍ଟି ଗୁଡିକ ପ୍ରଚାର ସମୟରେ ଶବ୍ଦ ପ୍ରଦୂଷଣ କରୁଛନ୍ତି । ଏହା ସହ ଉଚ୍ଚ ଶବ୍ଦ ମାନର ମାଇକ ଲଗାଉଛନ୍ତି । ତେଣୁ ଏହା ଉପରେ କଟକଣା ଲାଗିଛି ।
ମେଳାରେ ବିଏମ୍ସି ପକ୍ଷରୁ ଅନୁମୋଦନ ମିଳିଥିବା ଷ୍ଟଲ ଖୋଲିବ । ଯାତ୍ରା ପେଣ୍ଡାଲ ପାଖରେ ଦୋକାନ ଖୋଲି ପାରିବନାହିଁ । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବିଏମ୍ସି । ଯଦି କିଏ ଖିଲାପ କରେ, ତାହେଲେ ଦୁଇଗୁଣା ଜରିମାନା ଆଦାୟ କରାଯିବ । ଏହା ସହ କୌଣସି ସ୍ଥାୟୀ ନିର୍ମାଣ ହେବନାହିଁ ବୋଲି ଏସ୍ଓପିରେ କୁହାଯାଇଛି । ଯାତ୍ରାରେ କୌଣସି ପ୍ରକାର ବିଜ୍ଞାପନ ମରାଯିବନି ।
ଟ୍ରାଫିକ କଟକଣାକୁ ଜୋରଦାର କରାଯିବ ।
Powered by Froala Editor