ଆଜି ମିଳିବ ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା
ଭୁବନେଶ୍ବର: ଆଜି ମିଳିବ 'ସୁଭଦ୍ରା' ଟଙ୍କା। ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ମିଳିବ ଟଙ୍କା । ନୂଆ ୧ ଲକ୍ଷ ୭୮ ହଜାର ୩୮୯ ଜଣ ମହିଳାଙ୍କୁ ମିଳିବ ଡବଲ କିସ୍ତି। ହିତାଧିକାରୀଙ୍କ ଖାତାକୁ ଯିବ ୩୧୫ କୋଟି ଟଙ୍କାର ସହାୟତା ରାଶି।
ସୂଚନା ଅନୁଯାୟୀ, ୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବକେୟା ସୁଭଦ୍ରା ସହାୟତା ପ୍ରଦାନ କରାଯିବ। ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି । ସେମାନେ ବି ଏକା ବେଳକେ ପାଇବେ ଦୁଇଟି କିସ୍ତି । ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି ।
Powered by Froala Editor