ମୁଖ୍ୟ ସଚିବଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଭାରତୀୟ ବିଦେଶ ସେବା ଅଧିକାରୀ
ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଉଥିବା ୨୦୨୫ ବ୍ୟାଚର ୬ ଜଣ ଭାରତୀୟ ବିଦେଶ ସେବା ଅଧିକାରୀ ଆଜି ମୁଖ୍ୟ ଶାସନ ସଚିବ, ଓଡ଼ିଶା ଅନୁ ଗର୍ଗ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l ରାଜ୍ୟ ସଂଯୋଜିତ ପ୍ରଶିକ୍ଷଣ ନେଉଥିବା ଏହି ଆଇଏଫଏସ ଅଧିକାରୀମାନଙ୍କ ସହିତ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଓଡ଼ିଶା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କରିଥିଲେ l ଓଡ଼ିଶାର ବିକାଶର ଧାରା, ଆଗାମୀ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅଧିକାରୀମାନେ ଯେତେବେଳେ ବିଭିନ୍ନ ରାଜ୍ୟକୁ ଦେଶ ବିଦେଶରେ ଉପସ୍ଥାପିତ କରିବେ, ଏହା ପୂର୍ବରୁ ରାଜ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣର ଆବଶ୍ୟକତା ରହିଛି l ଏହି ପରିପ୍ରେକ୍ଷୀରେ ସେମାନଙ୍କର ଓଡ଼ିଶାରେ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ l
ମୁଖ୍ୟ ଶାସନ ସଚିବ ଓଡ଼ିଶାର କୃଷି, ଶିଳ୍ପ, ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ, ବିପର୍ଯ୍ୟୟ ପରିଚାଳନା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l
Powered by Froala Editor