ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ୬ ଜଣଙ୍କୁ ଗିରଫ କଲା ପୁଲିସ
ସୁନ୍ଦରଗଡ଼ :ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆକ୍ସନ୍ ମୋଡରେ ଆସିଛି ପୁଲିସ୍। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶାନ୍ତି କମିଟି ବୈଠକରେ ସମସ୍ତ ନାଗରିକ ଦାବି କରିଥିଲେ। ଗତକାଲି ରାତିରୁ ଟାଉନ୍ ଥାନା ପୁଲିସ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବଂ ଅନ୍ୟ ଫେରାର୍ ଅଭିଯୁକ୍ତ ମାନଙ୍କୁ ଧରିବାକୁ ତନାଘନା ଚଲାଇଛି।
ଦୁଇ ଦିନ ତଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣେ ଲୋକ ଗୋ ମାଂସ ରଖିଥିବା ଅଭିଯୋଗ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ଦୁଇ ଗୋଷ୍ଠୀର ୧୨ରୁ ଅଧିକ ଲୋକେ ଆହତ ହୋଇଥିଲେ। ସହରାଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ତେବେ ପୁଲିସ୍ ଏହି ଘଟଣାରେ ୬ ଜଣ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
Powered by Froala Editor