ବିଲରୁ ମହିଳାଙ୍କର ମୃତଦେହ ଉଦ୍ଧାର
ସୁନ୍ଦରଗଡ଼: ସୁନ୍ଦରଗଡ ଟାଉନ ଥାନା ଶଙ୍କରା ଗଉଡପଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁ ପୋଖରୀ ନିକଟ ଏକ ବିଲରୁ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି। ମହିଳାଙ୍କୁ କେହି ଦୁର୍ବୁତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
Powered by Froala Editor