ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ
ଶୀତରେ ତ୍ବଚା ଫାଟିବା, ଶୁଷ୍କ ଲାଗିବା ହେଉଛି ମୁଖ୍ୟ ସମସ୍ୟା। କେତେଜଣ ଦାମୀ କ୍ରିମ୍ ତ୍ବଚାରେ ଲଗାନ୍ତି, ଅନ୍ୟମାନେ ତ୍ବଚାର ଯତ୍ନ ନେବାକୁ ଯାଇ ବାରମ୍ବାର ଫେସିଆଲ୍ କରନ୍ତି। ଏତେ ପ୍ରକାର ଉପଚାର କରିବା ପରିବର୍ତ୍ତେ ଘରୋଇ ମଏଶ୍ଚରାଇଜର୍ ଲଗାଇପାରିବେ। ଏସବୁ ଆମ ଘରେ ମହଜୁଦ୍ ଅଛି।
ଘି-କୁଆଁରୀ ପତ୍ରକୁ କାଟି ତା’ ରସକୁ ଗୋଟିଏ କାଚ ବୋତଲରେ ରଖିବେ। ବୋତଲକୁ ସପ୍ତାହେ ପର୍ୟ୍ୟନ୍ତ ଫ୍ରିଜ୍ ରେ ରଖିହେବ। ଗାଧୋଇବା ପରେ ଗୋଟିଏ ଚାମଚ ଘି-କୁଆଁରୀ ରସକୁ ମୁହଁରେ ଲଗାଇଲେ ଦାଗ ଦୂର ହେବା ସହ ତ୍ବଚା ଶୁଷ୍କ ହୁଏନି । ଖିର ସର ମଧ୍ୟ ବେଶ୍ କରାମତି ଦେଖାଏ। ବେସନ ଗୋଟିଏ ଚାମଚରେ ଖିର ସର ମିଶାଇ ତ୍ବଚାରେ ଲଗାଇବେ। ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୁଅନ୍ତୁ।
ମେକ୍ଅପ୍ ବାହାର କରିବାକୁ କେତେଜଣ ନଡ଼ିଆ ତେଲ ବ୍ୟବହାର କରନ୍ତି। ନଡ଼ିଆ ତେଲକୁ ରାତିରେ ଶୋଇବା ପୂର୍ବରୁ ମୁହଁ, ହାତ, ପାଦରେ ମାଲିସ୍ କରିବେ। ଏହା ମଧ୍ୟ ଏକପ୍ରକାର ପ୍ରାକୃତିକ ମଏଶ୍ଚରାଇଜର୍।
ଶୁଷ୍କ ତ୍ବଚା ପାଇଁ ମହୁ ଔଷଧ ଭଳି କାମ କରେ। ସ୍ନାନ ପରେ ଦୁଇ ଠୋପା ମହୁ ନେଇ ମୁହଁରେ କିଛି ସମୟ ମାଲିସ୍ କରିବେ। ୨୦ ମିନିଟ୍ ପରେ ନଖ ଉଷୁମ ପାଣିରେ ତ୍ବଚା ଧୋଇନେବେ।
Powered by Froala Editor