ଆତ୍ମହତ୍ୟା କଲେ କନ୍ନଡ ଅଭିନେତ୍ରୀ
ଜୀବନ ହାରିଲେ ପ୍ରସିଦ୍ଧ କନ୍ନଡ ଓ ତାମିଲ ଟେଲିଭିଜନ ତାରକା ନନ୍ଦିନୀ ସିଏମ । ବେଙ୍ଗାଳୁରୁସ୍ଥିତ ବାସଭବନରେ ଆତ୍ମହତ୍ୟା କଲେ ନନ୍ଦିନୀ। କନ୍ନଡ ଓ ତାମିଲ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଛାୟା। ପୋଲିସ ଘଟଣାସ୍ଥଳରୁ ଏକ ଡେଥ୍ ନୋଟ୍ ଜବତ କରିଛି, ଯେଉଁଥିରେ ସେ ନିଜର ମାନସିକ ଅବସାଦ ଏବଂ ପରିବାର ପକ୍ଷରୁ ବିବାହ ପାଇଁ ପଡ଼ୁଥିବା ଚାପ ବିଷୟରେ ଉଲ୍ଲେଖ କରିଛନ୍ତି। ନିଜ ଇଚ୍ଛା ବିରୋଧରେ ବିବାହ ଲାଗି ଚାପ ପଡୁଥିବାରୁ ଆତ୍ମହତ୍ୟା କରିଥିବା ସୂଚନା ।
ନନ୍ଦିନୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ସେ ଏବେ ବିବାହ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ ମଧ୍ୟ ପରିବାର ଲୋକେ ତାଙ୍କ ଉପରେ ଜୋର ଜବରଦସ୍ତ କରୁଥିଲେ। ଏହା ବ୍ୟତୀତ ସେ ଅଭିନୟ ଜାରି ରଖିବାକୁ ଚାହୁଁଥିବା ବେଳେ ପରିବାର ଲୋକେ ତାଙ୍କୁ ସରକାରୀ ଚାକିରି କରିବାକୁ ବାଧ୍ୟ କରୁଥିଲେ। ଦୀର୍ଘ ଦିନରୁ ସେ ମାନସିକ ଚାପ ଓ ଅବସାଦ ଦେଇ ଗତି କରୁଥିବା ଏହି ନୋଟ୍ରୁ ଜଣାପଡ଼ିଛି।
ବର୍ତ୍ତମାନ ସେ ଏହି ତାମିଲ ସିରିଏଲରେ ‘କନକା’ ଓ ‘ଦୁର୍ଗା’ ଭଳି ଦ୍ୱୈତ ଭୂମିକାରେ ଅଭିନୟ କରୁଥିଲେ। ସେ ‘ଜୀବା ହୁଭାଗିଡେ’, ‘ସଂଘର୍ଷ’, ‘ମଧୁମଗାଲୁ’ ଏବଂ ‘ନୀନାଦେ ନା’ ଭଳି ଲୋକପ୍ରିୟ ଧାରାବାହିକରେ କାର୍ଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
Powered by Froala Editor