“ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ କୋଟି କଲେକସନ
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ “ଧୁରନ୍ଧର” ବକ୍ସ ଅଫିସରେ ୧୦୦୦ କୋଟି କଲେକସନ କରିଛି। ଏହି ଚଳଚ୍ଚିତ୍ରଟି ଡିସେମ୍ବର ୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ୨୧ ଦିନ ଧରି ଏହା ଆଶା ଠାରୁ ଅଧିକ ଲାଭଜନକ ଆୟ କରିଛି।
ରିଲିଜର ୨୦ ଦିନରେ ଯେଉଁଠି ବଡ଼ ବଡ଼ ଫିଲ୍ମ ଚିତପଟାଙ୍ଗ ମାରିଥାନ୍ତି ସେଠି ଧୁରନ୍ଧର ତୁଫାନ ଭଳି ରେକର୍ଡ କରି ଆଗକୁ ବଢ଼ି ଚାଲିଛି । ଡିସେମ୍ବର ୫ ତାରିଖରେ ପରଦାକୁ ଫିଲ୍ମଟି ଆସିଥିଲା । ଫିଲ୍ମରେ ଲିଡ ରୋଲରେ ଥିବା ରଣବୀର ସିଂ, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନ ମଧ୍ୟ ବଢ଼ିଆ କାମ କରିଛନ୍ତି । ଅକ୍ଷୟ ଖାନ୍ନ ପରଦାରେ ଏମିତି ଉତାରିଛନ୍ତି ଯେ, ସମସ୍ତଙ୍କ ମୁହଁରେ କେବଳ “ଧୁରନ୍ଧର” ଆଉ ଧୁରନ୍ଧର ଶୁଣିବାକୁ ମିଳୁଛି ।
ଏହି ଫିଲ୍ମକୁ ଭାରତ ଏବଂ ବିଦେଶରେ ମଧ୍ୟ ପ୍ରଶଂସା କରାଯାଇଛି। “ଧୁରନ୍ଧର” ସାରା ବିଶ୍ୱରେ ଏକ ଅଦ୍ଭୁତ ଆୟ କରିଛି। ଏହା ୨୦୨୫ ର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟିଛି ଏବଂ ଏବେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି।
ନିର୍ମାତାମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ୧୦୦୦ କୋଟି କ୍ଲବରେ ପ୍ରବେଶ ନେଇ ଘୋଷଣା କରିଛନ୍ତି । ଯାହା ପ୍ରଶଂସକମାନଙ୍କୁ ବହୁତ ଖୁସି କରିଛି।
Powered by Froala Editor