ଗର୍ଭବତୀ ଖବର ପରେ ଏମିତି କହିଲେ ନୀନା...
ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି। ନିକଟରେ ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କ ସ୍ୱାମୀଙ୍କ ସହିତ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହ ରିସେପ୍ସନରେ ପହଞ୍ଚିଥିଲେ। ଯେଉଁଠାରେ ପାପାରାଜିଙ୍କ ପାଇଁ ପୋଜ୍ ଦେଉଥିବା ସମୟରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ଲୋକମାନେ ପ୍ରତିକ୍ରିୟା ଦେଇଥିଲେ ଏବଂ ଦାବି କରାଯାଇଥିଲା ଯେ ପଞ୍ଚାୟତ ଅଭିନେତ୍ରୀ ନୀନା ଗୁପ୍ତା ମା ହେବାକୁ ଯାଉଛନ୍ତି।
କିନ୍ତୁ ଅଭିନେତ୍ରୀ ଗର୍ଭବତୀ ଖବର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ମୁଁ ମଧ୍ୟ ଏହା ଚାହୁଁଛି:.. ମୋର ଇଚ୍ଛା ସତରେ ସମସ୍ତେ ଯେମିତି କୁହନ୍ତୁ ବଧାଇ ହୋ।ସାକ୍ଷାତକାରରେ ଅଭିନେତ୍ରୀ ଆହୁରି ହିଛନ୍ତି, "'ବଧାଇ ହୋ' ଭଳି କୌଣସି ଦୃଶ୍ୟ ନାହିଁ। ମୁଁ ଗର୍ଭବତୀ ନୁହେଁ। ସତ ହେଉଛି, ଶାଢ଼ିର କପଡ଼ା ବହୁତ ମୋଟା ଓ ଅଧିକ ଥିଲା, ଯାହା ଯୋଗୁଁ ମୋର ପେଟ ବାହାରକୁ ବାହାରିଥିବା ଦେଖାଯାଉଥିଲା।" ତେଣୁ ଭୁଲ ବୁଝାମଣା ସୃଷ୍ଟି କରିଥିଲା। ମୋ ବୟସରେ ଗର୍ଭଧାରଣ ଚର୍ଚ୍ଚା ପ୍ରକୃତରେ ମଜାଦାର ଲାଗିଥିଲା। ଏହା ସୂଚାଇ ଦିଏ ଯେ ଆମର ସମାଜ ଏବଂ ଦେଶ ସେମାନଙ୍କ ମାନସିକତା ଦୃଷ୍ଟିରୁ ପ୍ରଗତି କରୁଛି।
ସେ ଆହୁରି କହିଛନ୍ତି, "କିନ୍ତୁ ମୁଁ କହିବାକୁ ବାଧ୍ୟ, ଏହି ବୟସରେ ମୋ ବିଷୟରେ ଗର୍ଭଧାରଣ ଖବର ଆସିବାରେ ମୁଁ ପ୍ରକୃତରେ ଖୁସି। ଏହା ଦର୍ଶାଉଛି ଯେ ଆମେ ଏକ ରାଷ୍ଟ୍ର ଭାବରେ ବିକଶିତ ହେଉଛୁ।"
Powered by Froala Editor