ବିମାନ ଉଡାଇବା ପୂର୍ବରୁ ମାଆଙ୍କୁ ଭିଡିଓ କଲ କରି ପାଇଲଟ କହିଥିଲେ ଏମିତି, ତାପରେ ହେଲା କିଛି ଏମିତି....
ନୂଆଦିଲ୍ଲୀ: ଇଏ ଥିଲା ଯୁଦ୍ଧ ଭୂମିକୁ ଯାଉଥିବା ଜଣେ ୨୩ ବର୍ଷୀୟା ପାଇଲଟଙ୍କ ନିଜ ମାଆଙ୍କୁ କୋହଭରା ଭିଡିଓ କଲ। ନାଁ ତାଙ୍କର ଦୀପିକା ଆଧାନା। ପେଶାରେ ସେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ୍ । ଇରାନ୍-ଇସ୍ରାଏଲ୍ ଯୁଦ୍ଧ ବିଭୀଷିକା ମଧ୍ୟରେ ୟୁଏଇରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରି ଆଣିବା ପାଇଁ ତାଙ୍କୁ ନିର୍ଦେଶ ମିଳିଥିଲା। ଅହରହ ଡ୍ରୋନ୍ ମିଶାଇଲ ଗର୍ଜୁଥିବା ୟୁଏଇକୁ ବିମାନ ଉଡାଇବା ପୂର୍ବରୁ ମାଆଙ୍କୁ ଭିଡିଓ କଲ କରି ଶେଷ ଥର ତାଙ୍କୁ ଦେଖିବାକୁ କହିଥିଲେ ଦୀପିକା। ଏହି ସାହାସୀ ପାଇଲଟଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ମାର୍ଚ୍ଚ ୬ ତାରିଖ ସକାଳେ ଦୀପିକାଙ୍କୁ ନିର୍ଦେଶ ଆସିଥିଲା। ରେସକ୍ୟୁ ମିଶନରେ ୟୁଏଇ ଉଡାଣ କରିବାକୁ କୁହାଯାଇଥିଲା। ତାଙ୍କୁ ମିଶାଇ ବିମାନରେ ୬ ଜଣ କ୍ରୃ ମେମ୍ବର ଥିଲେ। ଯୁଦ୍ଧ ପରିସ୍ଥିତି ଭିତରେ ବି ବିମାନ ଉଡାଇ ୟୁଏଇର ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିଥିଲେ ଦୀପିକା। ସବୁଦିନ ଅପେକ୍ଷା ସେ ଦିନ ମାହୋଲ ଖୁବ୍ ଶାନ୍ତ ଥିଲା। ଘଣ୍ଟାଏ ଭିତରେ ସେ ୧୬୯ ଜଣ ଭାରତୀୟ ଙ୍କୁ ବିମାନରେ ବସାଇ ରେସ୍କ୍ୟୁ କରିଥିଲେ। ଅପରାହ୍ନ ୩ଟାରେ ୟୁଏଇରୁ ଦିଲ୍ଲୀ କୁ ଉଡାଣ ଭରିଥିଲା ବିମାନ। ଦୀପିକା କହିଛନ୍ତି ଉଡାଣର କିଛି ସମୟ ପରେ ବିମାନ ଟ୍ରାଫିକ୍ କଂଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେ ଚିନ୍ତିତ ହୋଇପଡିଥିଲେ। କିଛି ସମୟ ପରେ ପୁଣି ଯୋଗାଯୋଗ ସ୍ଥାପନ ହୋଇଥିଲା। ଏବଂ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା। ଦିଲ୍ଲୀ ପହଞ୍ଚିବା ପରେ ଯାତ୍ରୀମାନେ ପାଇଲଟଙ୍କୁ ଧନ୍ୟବାଦ ଜଣାଇଥିଲେ। ୟୁଏଇରୁ ଭାରତୀୟଙ୍କୁ ଉଦ୍ଧାର କରିବା ପରେ ସାରା ଦେଶରେ ଚର୍ଚ୍ଚା। ତାଙ୍କର ସାହସ, କର୍ତ୍ତବ୍ୟ ଓ ଦେଶଭକ୍ତିକୁ ସଲାମ କରୁଛନ୍ତି ସମସ୍ତେ।
Powered by Froala Editor