ସୋନମ ୱାଙ୍ଗଚୁକଙ୍କ ମୁକ୍ତି ନେଇ ଗୃହମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି
ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ମୁକ୍ତି ନେଇ ଗୃହମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ଅନୁସାରେ ୱାଙ୍ଗଚୁକଙ୍କ ମୁକ୍ତ ହେବେ ବୋଲି ସୂଚନା ମିଳିଛି । ଯାହାକି ଲଦାଖରେ ଉତ୍ତେଜନା କମ୍ କରିବା ଦିଗରେ ଏକ ବଡ଼ ପଦକ୍ଷେପ ।
ଗୃହମନ୍ତ୍ରଣାଳୟ ଏନ୍ଏସଏର ଶକ୍ତି ବ୍ୟବହାର କରି ସୋନମ ୱାଙ୍ଗଚୁକଙ୍କ ବିନା କୌଣସି ସର୍ତ୍ତରେ ତୁରନ୍ତ ମୁକ୍ତି କରିବାର ନିର୍ଦ୍ଦେଶ ଦେଇଛନ୍ତି । ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାତୀୟ ସୁରକ୍ଷା ଆଇନ (ଘଝଇ)ର କ୍ଷମତା ବ୍ୟବହାର କରି ସୋନମଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ଗୃହ ମନ୍ତ୍ରଣାଳୟ କହିଛି ସରକାର ଲଦାଖରେ ଶାନ୍ତି, ସ୍ଥିରତାଓ ପାରସ୍ପାରିକ ବିଶ୍ୱାସ ସ୍ଥିତି ତିଆରି କରିବାକୁ ପ୍ରତିଶୃତିବଦ୍ଧ ।
କେନ୍ଦ୍ର ଓ ଲଦାଖ ପ୍ରଶାସନ ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଜେନେରାଲ ଏମ୍ ନଟରାଜ କହିଛନ୍ତି, ସଲିସିଟର ଜେନେରାଲ ତୁଷାର ମେହେତା ଅସୁସ୍ଥ ଅଛନ୍ତି ଓ ସେ ଏହି ମାମଲାରେ ଶୁଣାଣି ସ୍ଥଗିତ ରଖିବାର ଅନୁରୋଧ କରିଛନ୍ତି ।
ଉଲ୍ଲେଖନୀୟ ଯେ, ସୋନାଙ୍ଗଚୁକଙ୍କୁ ଲେହରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ କଷ୍ଟଡିରେ ନିଆଯାଇଥିଲା । ଲେହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଗତ ବର୍ଷ ୨୬ ସେପ୍ଟେମ୍ବର ୨୦୨୫ରେ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଅଧୀନରେ ଅଟକ ରଖାଯାଇଥିଲା । ୨୪ ସେପ୍ଟେମ୍ବରରେ ଲେହରେ ହିଂସାତ୍ମକ ପ୍ରତିବାଦ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ପ୍ରତିବାଦ ଲଦାଖକୁ ରାଜ୍ୟ ମାନ୍ୟତା, ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା, ଭୂମି ଅଧିକାର, ଚାକିରି ଏବଂ ସାମ୍ବିଧାନିକ ସୁରକ୍ଷା ଦାବି କରି ହୋଇଥିଲା ।
Powered by Froala Editor