ଦୁର୍ଘଟଣାର ସମ୍ମୁଖୀନ ହେଲେ ନୋରା
ଶୁକ୍ରବାର ଅପରାହ୍ନରେ ମୁମ୍ବାଇର ପଶ୍ଚିମ ଉପନଗରରେ ଜଣେ ମଦ୍ୟପ ଗାଡ଼ି ଚାଳକ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ କାର୍କୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ନୋରା ଫତେହି ସାମାନ୍ୟ ଆହତ ହୋଇଛନ୍ତି । ନୋରା ଏକ ସୋ ପାଇଁ ସନବର୍ଣ୍ଣ ସଙ୍ଗୀତ ମହୋତ୍ସବକୁ ଯୋଗ ଦେବାକୁ ଯାଉଥିବା ବେଳେ ଆମ୍ବୋଲିର ଲିଙ୍କ୍ ର ଏହି ଘଟଣା ଘଟିଥିଲା । ନୋରାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ନିଶ୍ଚିତ କରାଯାଇଥିଲା ।
ଅଭିଯୁକ୍ତ ଜଣକ ୨୭ ବର୍ଷୀୟ ବିନୟ ସକପାଲ । ଦୁର୍ଘଟଣା ସମୟରେ ସେ ମଦ୍ୟପାନ କରିଥିବା ସନ୍ଦେହ କରାଯାଉଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି । ମଦ୍ୟପ ଡ୍ରାଇଭରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ହେପାଜତକୁ ନିଆଯାଇଥିବା ମୁମ୍ବାଇ ପୁଲିସ କହିଛି । ଡ୍ରାଇଭରଙ୍କ ବିରୋଧରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଏବଂ ମଦ୍ୟପାନ କରି ଗାଡ଼ି ଚାଳନା କରିବା ସମ୍ପର୍କିତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
Powered by Froala Editor