ଅକ୍ଷୟ ଖାନ୍ନାଙ୍କ ଫିଟନେସ୍ ସିକ୍ରେଟ୍ସ
ଫିଲ୍ମ ‘ଧୁରନ୍ଧର’ରେ ଭିଲେନ ରେହମାନ ଡକୈତର ରୋଲ୍ ପ୍ଲେ କରିଥିବା ଅକ୍ଷୟ ଖାନ୍ନା ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚିତ ପାଲଟିଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର FA9LA ଗୀତ ଭାଇରାଲ ହେଉଛି। ତାଙ୍କର ଫିଟନେସ୍ କୋଚ୍ ବକାର ନାସିର ଫିଲ୍ମର ସଫଳତାରେ ଶୁଭେଚ୍ଛା ଦେଇଛନ୍ତି ଏବଂ ମନେପକାଇଛନ୍ତି ଯେ, ୨୦୦୮ରେ ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭ୍ୟୁରେ ଅକ୍ଷୟ ନିଜର ଫିଟନେସ୍ ସିକ୍ରେଟ୍ସ ସେୟାର କରି ଥିଲେ।
ଏହି ସମୟରେ ଅକ୍ଷୟ କହିଥିଲେ ଯେ, ସେ ସପ୍ତାହରେ ତିନି ଥର ସେଲିବ୍ରିଟି ଟ୍ରେନର ବକାର ନାସିରଙ୍କ ସହ ପାୱାର ପ୍ଲେଟ୍ ମେସିନରେ ୱାର୍କଆଉଟ୍ କରୁଥିଲେ। ଛଅ ମାସ ହେବ ଏହି ରୁଟିନ ଫଲୋ କରୁ ଥିଲେ ଏବଂ କୋଚଙ୍କୁ କ୍ରେଡିଟ୍ ଦେଇଥିଲେ ଯେ, ସେ ତାଙ୍କୁ ମେସିନ ସହ ଇଣ୍ଟ୍ରୋଡ୍ୟୁସ୍ କରାଇ ଥିଲେ ।
ଡାଏଟ୍ ବିଷୟରେ ଅକ୍ଷୟ ଖୁଲାସା କରିଛନ୍ତିଯେ, ସେ ହେଉଛନ୍ତି ନନ୍-ଭେଜିଟେରିଆନ। ମୁଁ ଯାହା ଖାଇବାକୁ ଚାହେଁ, ଖାଏ ଦିଏ। ଖାଦ୍ୟରେ ସଉକ୍ ଥାଏ, ହେଲେ ଓଭରଇଟିଂ କରେ ନାହିଁ।ପାଳଙ୍ଗ , ଭେଣ୍ଡି , ସବୁଜ ମଟର ,ଗାଜର, ଲେଟୁସ ପରି ପରିବା ଖାଉ ଥିଲେ , କିନ୍ତୁ କଦଳୀ ଓ କଲରା ପସନ୍ଦ ନୁହେଁ।
ଅକ୍ଷୟଙ୍କ କହିବାନୁସାରେ , ଭଲ ଟ୍ରେନର ଫିଟନେସ୍ ଗୋଲ ହାସଲ କରିବାରେ ବଡ଼ ଭୂମିକା ପାଳନ କରନ୍ତି। ପ୍ରଥମେ ଯୋଗ କରୁଥିଲେ, କିନ୍ତୁ ଗତ ବର୍ଷେ ହେବ ବନ୍ଦ କରି ଦେଇଥିଲେ। ସେ କହିଛନ୍ତି ଯେ, ଏକ୍ସରସାଇଜରୁ ଏନର୍ଜି ମିଳିଥାଏ। ମୁଁ ଓଜନ ହ୍ରାସ କରାଇବା ପାଇଁ ନୁହେଁ,ଭଲ ଅନୁଭବ କରିବା ପାଇଁ ଏକ୍ସରସାଇଜ୍ କରୁଛି। ୱାର୍କଆଉଟ୍ ପରେ ଏନର୍ଜୀ ଫିଲ୍ ହୋଇଥାଏ ,ଯାହା ସମସ୍ତ ପରିଶ୍ରମକୁ ଆଦାୟ କରିଦିଏ।
Powered by Froala Editor