ବିଧାୟକ ଗଣେଶ୍ୱର ବେହେରାଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ?
ଭୁବନେଶ୍ୱର:ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା ସମ୍ପର୍କରେ ଶନିବାର ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ତେବେ ଏହାକୁ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି ।
ଶ୍ରୀ ବେହେରା କହିଛନ୍ତି ଯେ ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି । ସେଥିପାଇଁ ଦରମା ନେବାକୁ ସେ ମନା କରିଛନ୍ତି । କିନ୍ତୁ ମୁଁ ଓ ମୋ ଭଳି ଅନ୍ୟ ବିଧାୟକଙ୍କ ବର୍ଦ୍ଧିତ ଦରମା ଆବଶ୍ୟକ । ନବୀନ ବାବୁଙ୍କ ନିଷ୍ପତ୍ତି ତାଙ୍କ ବ୍ୟକ୍ତିଗତ । ଦଳୀୟ ବିଧାୟକଙ୍କୁ ବର୍ଦ୍ଧିତ ଦରମା ନେବା ପାଇଁ ସେ ମନା କରିନାହାନ୍ତି । ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲକୁ ସମର୍ଥନ କରିଥିଲା । ତେଣୁ ଦରମା ବୃଦ୍ଧିକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି । ବିଧାୟକମାନେ ବହୁତ କଷ୍ଟରେ ଚଳୁଛନ୍ତି । ତାହା ଲୋକେ ବୁଝିବା ଦରକାର ।
ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚିଠିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମହାନତା ଦେଖାଇଛନ୍ତି । ରାଜ୍ୟରେ ଥିବା ଗରିବଙ୍କ କଥା ଚିନ୍ତା କରିଛନ୍ତି ନବୀନ । ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ । ଗରିବ ଲୋକଙ୍କ ବିକାଶ ପାଇଁ ମୋ ଦରମା ଖର୍ଚ୍ଚ ହେଉ ବୋଲି କହିଛନ୍ତି ନବୀନ । ଗରିବମାନଙ୍କୁ କିଛି ଆର୍ଥିକ ସହାୟତା ମିଳିଲେ ସେ ଖୁସି ହେବେ ବୋଲି ଚିଠିରେ ଦର୍ଶାଇଛନ୍ତି । ଚିଠି ଲେଖି ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି ବିଜେଡି ସଭାପତି ।
Powered by Froala Editor