ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସ୍ଵାମୀ ଗିରଫ
ଭୁବନେଶ୍ୱର: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଅଭିଯୋଗ କ୍ରମେ ପୁରୀ କୃଷ୍ଣପ୍ରସାଦ ଥାନା ପୁଲିସ୍ ଭୁବନେଶ୍ୱରରୁ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରିଛି । ସୋନାଲି ୨ ମାସ ପୂର୍ବରୁ ଥାନାରେ ତାଙ୍କ ସ୍ୱାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ସେ ଯେତେବେଳେ ନାବାଳିକା ଥିଲେ ଶ୍ରୀକ୍ଷେତ୍ର ତାଙ୍କୁ ଜୋର ଜବରଦସ୍ତ ବିବାହ କରିଥିଲେ । ବିବାହ ପାଇଁ ସୋନାଲିଙ୍କ ଆଦୌ ଇଚ୍ଛା ନଥିଲା ।
ଅଭିଯୋଗକ୍ରମେ ପୁଲିସ୍ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସୋନାଲି ଓ ଶ୍ରୀକ୍ଷେତ୍ରଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା । ଶ୍ରୀକ୍ଷେତ୍ର ସୋନାଲିଙ୍କ ଏତଲା ସମ୍ପର୍କରେ ଜାଣିବା ପରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ପୁଲିସ ଆଜି ତାଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଉଠାଇ ନେଇଥିଲା ।
Powered by Froala Editor