ଜାନୁଆରୀ ୩୧ ରୁ ଫେବୃଆରୀ ୧୦ ଯାଏଁ ଚାଲିବ ଓସିଏସ୍ ମୁଖ୍ୟ ଲିଖିତ ପରୀକ୍ଷା
କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପ୍ରତି ବିଷୟର ପରୀକ୍ଷା ଗୋଟିଏ ଦିନ ବ୍ୟବଧାନରେ ହେବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଏକ ଘଣ୍ଟ ସମୟ ମିଳିବ। ତେବେ ପରୀକ୍ଷାର୍ଥୀ ପରୀକ୍ଷାର ୭ଦିନ ପୂର୍ବରୁ ଆଡମିଟ୍ କାର୍ଡ ଓପିଏସ୍ସି ୱେବ୍ସାଇଟ୍ରୁ ପାଇପାରିବେ। ଏନେଇ ଓପିଏସ୍ସି ପକ୍ଷରୁ ଗୁରୁବାର ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି।
Powered by Froala Editor