ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....
ଧୂପକାଠିର ଧୂଆଁ କାହାକୁ ବା ଭଲ ନ ଲାଗେ। ସାଧାରଣତଃ ଠାକୁର ପୂଜା ଓ ହୋମ ଯଜ୍ଞରେ ଧୂପକାଠି ବ୍ୟବହାର କରାଯାଇଥାଏ। ଭଗବାନଙ୍କ ପାଖରେ ଧୂପ ଲଗାଇଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାତ୍ର ଏହି ଧୂପକାଠି ଧୂଆଁ ଶରୀର ପ୍ରତି କେତେ ହାନୀକାରକ ବହୁ ଲୋକଙ୍କୁ ଅଜଣା। ଆସନ୍ତୁ ଜାଣିବା ଧୂପକାଠି ଧୂଆଁ ଯୋଗୁଁ ଆପଣ କି କି ସମସ୍ୟାରେ ପଡିବାର ଆଶଙ୍କା ରହିଛି।
୧- ଧୂପକାଠି ଜଳାଇଲେ ସେଥିରୁ କାର୍ବନ ମନୋଅକସାଇଡ ଧୂଆଁ ବାହାରିଥାଏ। ଏହି ଧୂଆଁ ଧୂମପାନ ଧୂଆଁ ସହ ସମାନ ହୋଇଥାଏ।
୨- ଅଧିକ ସମୟ ଧରି ଧୂପକାଠି ଧୂଆଁ ସମ୍ପର୍କରେ ଆସିଲେ ଆଖି ଓ ତ୍ୱାଚାରେ ଏଲରଜି ହୋଇଥାଏ। ଏଥିରୁ ବାହାରୁଥିବା ଧୂଆଁ ଦ୍ୱାରା ଆଖିରେ ଜଳାପୋଡା ହୋଇଥାଏ।
୩- ପ୍ରତିଦିନ ଧୂପକାଠି ଧୂଆଁ ସଂପର୍କରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ। ଏହାସହ ସ୍ମରଣଶକ୍ତି ହ୍ରାସ୍ ଘଟିଥାଏ।
୪- ଧୂପକାଠି ହୃଦୟକୁ କ୍ଷତି ପହଞ୍ଚିଥାଏ। ବହୁ ଦିନ ଧରି ଧୂପ ସମ୍ପର୍କରେ ଅସିଲେ ହୃଦରୋଗରେ ମୃତ୍ୟୁ ଘଟିଥାଏ।
Powered by Froala Editor