ସିଏମ୍ ପଦ ପାଇଁ ୫୦୦ କୋଟି..., ବୟାନ ଦେଇ ନଭଜୋତ କୌର ନିଲମ୍ବିତ
ପୂର୍ବତନ କ୍ରିକେଟ ଖେଳାଳି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ କଂଗ୍ରେସ ଦଳର ପ୍ରାଥମମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି। ପଞ୍ଜାବ କଂଗ୍ରେସ କମିଟିର ଅଧ୍ୟକ୍ଷ ପୂର୍ବତନ କଂଗ୍ରେସ ବିଧାୟିକା ନଭଜୋତ କୌର ସିଦ୍ଧୁଙ୍କୁ ପାର୍ଟିରୁ ନିଲମ୍ବିତ କରିଥିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ହଠାତ୍ ନୁହେଁ, ବଂର ଗତ କିଛି ସମୟ ଧରି ଚାଲିଥିବା ବିବାଦ ଓ ଦଳରୁ ଅଲଗା ଯାଇ ସାର୍ବଜନୀନ ବୟାନବାଜି ଆଧାରରେ ନିଆଯାଇଛି।
ଗତ ଶନିବାର ନଭଜୋତ ଦେଇଥିବା ବିବାଦୀୟ ବୟାନ ପରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର (ଡିସେମ୍ବର 6) ନଭଜୋତ କୌର ସିଦ୍ଧୁ କହିଥିଲେ ଯେ ତାଙ୍କ ପରିବାର ପାଖରେ କୌଣସି ଦଳକୁ ଯୋଗଦାନ ଦେବା ପାଇଁ ଟଙ୍କା ନାହିଁ। ସେ କହିଥିଲେ ଯେ ୫୦୦ କୋଟି ଦେଲେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ହୋଇପାରିବ ।
ସେ କହିଥିଲେ “ସିଦ୍ଧୁ ପଞ୍ଜାବକୁ 'ସୁନାର ରାଜ୍ୟ' କରିପାରିବେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚୌକିରେ ବସିବା ପାଇଁ ଆମ ପାଖରେ ୫୦୦ କୋଟି ଟଙ୍କା ନାହିଁ, ଯିଏ ୫୦୦ କୋଟି ଟଙ୍କାର ସୁଟକେସ୍ ଦିଏ, ସେ ମୁଖ୍ୟମନ୍ତ୍ରୀ ହୋଇଯାଏ। ନଭଜୋତଙ୍କ ଏହି ବୟାନ ପରେ ବିବାଦ ବଢିବା ସହ ରାଜନୀତି ଜୋର ଧରିଥିଲା । ଏପରିକି ନଭଜୋତଙ୍କ ବୟାନକୁ ନେଇ ବିଜେପି ଓ ଆପ କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ ।
ନଭଜୋତ କୌର ଅଭିଯୋଗ କରିଥିଲେ, ତରନତାରନ୍ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କରଣବୀର ସିଂହ ବୁର୍ଜଙ୍କୁ ଟିକେଟ ଦେବା ପାଇଁ ୫ କୋଟି ଟଙ୍କା ନିଆଗଲା ଓ ମୋଟ ୧୧ କୋଟି ଟଙ୍କା ପର୍ଯ୍ୟନ୍ତ ଏହା ପହଁଞ୍ଚିଥିଲା। ତାଙ୍କର ଦାବି ଅନୁସାରେ, ଏହି କାମ ବରିଷ୍ଠ ନେତାଙ୍କ ଜାଣତରେ ହୋଇଛି ଓ ବହୁ ପରିଷଦ ଏ ବିଷୟରେ ଦେବାକୁ ଦେବାକୁ ବି ପ୍ରସ୍ତୁତ ଅଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ପାଖରେ କଲ୍ ରେକର୍ଡିଂ ରହିଛି।
Powered by Froala Editor