ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା
ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ପକ୍ଷରୁ ଏକ ବିବାଦୀୟ ରଣନୈତିକ ନିଷ୍ପତ୍ତି ସାମନାକୁ ଆସିଛି। ଆମେରିକା ନିଜର ସବୁଠାରୁ ଶକ୍ତିଶାଳୀ ସାମରିକ ବିଭାଗ ‘ୟୁଏସ୍ ଇଣ୍ଡୋ-ପାସିଫିକ୍ କମାଣ୍ଡ’ (ୟୁଏସ୍ଇଣ୍ଡୋପାକୋମ୍)ର ନାମ ପରିବର୍ତ୍ତନ କରି ପୁଣି ଥରେ ଏହାର ପୁରୁଣା ନାମ ‘ୟୁଏସ୍ ପାସିଫିକ୍ କମାଣ୍ଡ’ (ୟୁଏସ୍ପାକୋମ୍)କୁ ଫେରାଇ ଆଣିଛି।
୮ ବର୍ଷ ତଳର ଏକ ନିଷ୍ପତ୍ତିକୁ ବଦଳାଇ ଆମେରିକା ସରକାର ନିଜର ସବୁଠାରୁ ପ୍ରଭାବଶାଳୀ ସାମରିକ ୱିଙ୍ଗ୍ ‘ୟୁଏସ୍ ଇଣ୍ଡୋ-ପାସିଫିକ୍ କମାଣ୍ଡ’ର ନାମକୁ ପୁନର୍ବାର ‘ୟୁଏସ୍ ପାସିଫିକ୍ କମାଣ୍ଡ’ ଭାବେ ନାମିତ କରିଛନ୍ତି। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ) ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି। ଉକ୍ତ ମନ୍ତ୍ରଣାଳୟ ଅନୁଯାୟୀ, ୧୯୪୭ରେ ତତ୍କାଳୀନ ରାଷ୍ଟ୍ରପତି ହ୍ୟାରୀ ଟ୍ରୁମ୍ୟାନ୍ଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କମାଣ୍ଡର ଗୌରବମୟ ଐତିହାସିକ ପୃଷ୍ଠଭୂମିକୁ ସମ୍ମାନ ଜଣାଇ ଏହି ପୁରୁଣା ନାମକୁ ପୁନଃ ସ୍ଥାପିତ କରାଯାଇଛି।
ନାମ ପରିବର୍ତ୍ତନ ପରେ କମାଣ୍ଡ୍ର ଅଫିସିଆଲ୍ ୱେବ୍ସାଇଟ୍ରେ ଜାରି କରାଯାଇଥିବା ଏକ ନୂତନ ଗ୍ରାଫିକ୍ସ ମାନଚିତ୍ରରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ପାକିସ୍ତାନର ଅଂଶ ଭାବେ ଚିହ୍ନିତ କରାଯାଇଛି।
Powered by Froala Editor