ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍
୬ ଟଙ୍କାର ପେପର ବ୍ୟାଗ୍ ପାଇଁ ଜୋତା କମ୍ପାନୀ ବାଟା ଗଣିବ ୧୦ ହଜାର ଟଙ୍କାର ତଣ୍ଡ । ଦିଲ୍ଲୀର ଖାଉଟି ଅଦାଲତରେ ଏକ ମାମଲାର ଶୁଣାଣି ହୋଇଛି । ଯେଉଁଥିରେ କୋର୍ଟ କହିଛନ୍ତି କି, କମ୍ପାନୀ ଗ୍ରହକଙ୍କଠାରୁ ବ୍ୟାଗ୍ ପାଇଁ ଦେୟ ନେଇପାରିବେ । ମାତ୍ର ଏହା ପୂର୍ବରୁ ଗ୍ରାହକଙ୍କୁ ଜଣାଇବା ଆବଶ୍ୟକ।
ଦିଲ୍ଲୀର ପ୍ରୀତି ଅଗ୍ରଓ୍ବାଲ ୨୦୨୩ ମସିହାରେ ବାଟା ସୋ’ରୁମରୁ ୧୪୯୯ ଟଙ୍କାର ଜୋତା କିଣିଥିଲେ। ମାତ୍ର ଯେତେବେଳେ ସେ, କାଉଣ୍ଟରକୁ ପେମେଣ୍ଟ କରିବା ପାଇଁ ଗଲେ ସେତେବେଳେ ବ୍ୟାଗ୍ ବାବଦକୁ ଅତିରିକ୍ତ ୬ ଟଙ୍କା ଦେବାକୁ କହିଥିଲେ । ଯାହାକୁ ନେଇ ଯୁକ୍ତି କରିଥିଲେ ପ୍ରୀତି । କାଗଜ ବ୍ୟାଗ ପାଇଁ କାହିଁକି ଟଙ୍କା ଦେବି ବୋଲି କହିଥିଲେ । ମୁଁ ଅତିରିକ୍ତ ଟଙ୍କା ଦେବିନି ବୋଲି କହିଥିଲେ । କୌଣସି ଗ୍ରାହକ କଣ ଚପଲ ଡବା ନେଇ ଘରକୁ ଯିବ କି ବୋଲି କହିଥିଲେ । ଯେଉଁ କାରଣରୁ ଖାଉଟି ଅଦାଲତରେ ପହଞ୍ଚିଥିଲେ ପ୍ରୀତି ।
କମ୍ପାନୀ ପକ୍ଷରୁ କୁହାଯାଇଥିଲା କି, ଚପଲ ଦେବା ପାଇଁ ଅଲଗା କମ୍ପାନୀର ବ୍ୟାଗ ଗ୍ରାହକଙ୍କୁ ଦିଆଯାଉଛି । ଯେଉଁଥିରେ ଏହାର ମୂଲ୍ୟ ମଧ୍ୟ ଲେଖାଯାଇଛି । ଗ୍ରାହକଙ୍କ ଅନୁମତି ପରେ ଏହି ମୂଲ୍ୟ ନିଆଯାଉଥିବା ଦାବି କରାଯାଇଥିଲା । ଅଦାଲତ କହିଥିଲେ କି, କୌଣସି ବ୍ରାଣ୍ଡିଂ ନଥିବା ବ୍ୟାଗ ପାଇଁ ଦେୟ ଦେଇପାରିବେ । କିନ୍ତୁ ଏସମ୍ପର୍କରେ ନୋଟିସ୍ ମାରିବା ଜରୁରୀ । ମାତ୍ର ଏହା ପାଳନ ହୋଇନଥିବାରୁ ଗ୍ରାହକଙ୍କ ଆଇନଗତ କ୍ଷତି ପୂରଣ ପାଇଁ ୧୦, ହଜାର ଟଙ୍କାର ଫାଇନ୍ କରାଯାଇଛି । ଦୋକାନର କୌଣସି ସ୍ଥାନରେ କୌଣସି ଟିସ ପୋଷ୍ଟ କରାଯାଇନଥିଲେ ମଧ୍ୟ ଗ୍ରାହକଙ୍କୁ ବିଲିଂ କାଉଣ୍ଟରରେ ବ୍ୟାଗ ଚାର୍ଜ ବିଷୟରେ ଅବଗତ କରାଯାଇଥିଲା । କୋର୍ଟ ଏହି ଛୋଟ ତ୍ରୁଟିକୁ ଗ୍ରାହକ ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରିଥିଲେ।
Powered by Froala Editor