ହୁତୁହୁତୁ ହୋଇ ଜଳିଗଲା ପଲିଥିନ କାରଖାନା
କଟକ :କଟକ ଜଗତପୁର ଗୁଜରପୁରରେ ଥିବା ଏକ ପଲିଥିନ କାରଖାନାରେ ଅଗ୍ନିକାଣ୍ଡ। ଜଗା କାଳିଆ ନାମକ ଅନୁଷ୍ଠାନରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳିଗଲା କାରଖାନା। ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହାସହ ଏଥିରେ କାହାର କିଛି ହୋଇନଥିବା ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡିଛି।
Powered by Froala Editor