ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀର ଉଦ୍ଘାଟନ କରି ଏହା କହିଲେ ମୁଖ୍ୟମନ୍ତ୍ରୀ
ପୁରୀ: ଗତ ୧୧ ବର୍ଷରେ ଭାରତ ବିକାଶ ଯାତ୍ରାରେ ବଡ଼ ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନ ଉର୍ଜା ଉତ୍ପାଦନ ଏବଂ ଆବଣ୍ଟନ କ୍ଷେତ୍ରରେ ଦେଖିବାକୁ ମିଳିଛି । ୨୦୧୬ ପୂର୍ବରୁ ଦେଶରେ ପ୍ରତି ଘର ଏବଂ ଉଦ୍ୟୋଗକୁ ବିଜୁଳି ପ୍ରଦାନ କରିବା ଏକ ଚ୍ୟାଲେଞ୍ଜ ଥିଲା । ବିଜୁଳି ଉତ୍ପାଦନ ଯଥେଷ୍ଟ ନଥିଲା । ଗାଁରେ ଘଣ୍ଟା ଘଣ୍ଟା ବିଜୁଳି କାଟ ହେଉଥିଲା । ବିଜୁଳି ଉତ୍ପାଦନ କମ ଥିବାରୁ ଦେଶରେ ବ୍ୟବସାୟ ପ୍ରଭାବିତ ହୋଇଛି । ଗତ ୧୧ ବର୍ଷରେ ଏହି ସମସ୍ୟାରେ ସୁଧାର ଆସିଛି । ପ୍ରଧାନମନ୍ତ୍ରୀ ଏବଂ ଶକ୍ତି ବିଭାଗର ଦୂରଦୃଷ୍ଟି ପାଇଁ ଏହା ସମ୍ଭବ ହୋଇଛି । ଉର୍ଜା କ୍ଷେତ୍ରରେ ସମଗ୍ର ବିଶ୍ୱ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି ପ୍ରଦୂଷଣକୁ ଧ୍ୟାନରେ ରଖି ପାରମ୍ପରିକ ଥର୍ମାଲ ପାୱାର ଜେନେରେସନ ନବୀକରଣ ଦିଗରେ ବଢିବାର ଆବଶ୍ୟକତା ରହିଛି । ଖୁବଶୀଘ୍ର ଏ ଟାର୍ଗେଟ ହାସଲ ହେବ। ପୁରୀରେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀର ଉଦ୍ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Powered by Froala Editor