ଧମକ ଦେଲେ , ୩ଟ୍ରକ ଛଡାଇ ନେଲେ ମାଫିଆ
ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ । ଗାଡି ଜାଳିଦେବାକୁ ଧମକ ଦେଲେ ପଥର ମାଫିଆ ଓ ଟ୍ରକ ମାଲିକ । ଏଭଳି ଘଟଣା ଘଟିଛି ସୋର ଥାନା ଅନ୍ତର୍ଗତ ବାହନଗା ଦଣ୍ଡେହିପୁର ଗାଁରେ । ଏଠାରେ ଦିନକୁ ଦିନ ପଥର ମାଫିଆ ଓ ଟ୍ରକ ମାଲିକଙ୍କ ଦୌରାତ୍ୟମ ବଢ଼ି ଚାଲିଛି । କନିଷ୍ଠ ଖଣି ଅଧିକାରୀଙ୍କୁ ଧମକ ଦେଇ ତିନୋଟି ଟ୍ରକ ଛଡାଇ ନେଇଛନ୍ତି ମାଫିଆ । ଏପରିକି ଖଣି ଅଧିକାରୀଙ୍କ ଗାଡି ଜାଳିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ବାହାନଗା ଦାଣ୍ଡହରିପୁର ଗ୍ରାମରେ ତିନିଟି ଚୋରା ପଥର ଟ୍ରକ ଥିବା ଖବର ପାଇ ସୋର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଘଟଣାସ୍ଥଳକୁ ଯାଇଥିଲେ । ଖଣି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗାଁର କିଛି ଯୁବକ, ଟ୍ରକ ମାଲିକ ଓ ପଥର ମାଫିଆ ମିଳିତ ଭାବେ କନିଷ୍ଠ ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣୀ ଓ ଖଣି ବିଭାଗର ବୋଲେରୋ ଡ୍ରାଇଭର ନିରଞ୍ଜନ ମହାଳିକଙ୍କୁ ଧମକ ଦେବା ସହିତ ଗଣ୍ଡଗୋଳ କରିଥିଲେ । ଖଣି ବିଭାଗ ଅଧିକାରୀଙ୍କ ଠାରୁ ଗାଳିଗୁଲଜ କରି ତିନୋଟି ବେଆଇନ ପଥର ବୋଝେଇ ଟ୍ରକକୁ ଛଡାଇ ନେଇଥିଲେ ।
Powered by Froala Editor