ତରକାରୀ ଲୁଣିଆ ହୋଇଯାଇଛିକି ? ଏପରି କରନ୍ତୁ

ତରକାରୀରେ ଲୁଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତରକାରୀର ସ୍ୱାଦ ଲୁଣ ଉପରେ ନିର୍ଭର କରିଥାଏ । ଯଦି ତରକାରୀରେ ଲୁଣ ନପଡେ ତେବେ ଏହାକୁ ଶାନ୍ତିରେ ଖାଇ ହୁଏ ନାହିଁ ଓ ତରକାରୀରେ ଅଧିକ ଲୁଣ ପଡିଲେ ମଧ୍ୟ ଖାଇ ହୁଏ ନାହିଁ । କିଛି ସମୟରେ ଅଜଣାତରେ ତରକାରୀରେ ଅଧିକ ଲୁଣ ପଡିଯାଏ । ଏପରି ସ୍ଥଳେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଏପରି କିଛି ଘରୋଇ ଉପାୟ ଅଛି, ଯାହାକୁ ପ୍ରୟୋଗ କରିବା ଦ୍ୱାରା ତରକାରୀରୁ ଲୁଣ କଟି ଯାଇଥାଏ ।
ଆଳୁ : କଂଚା ଆଳୁକୁ କାଟି ଲୁଣିଆ ହୋଇଯାଇଥିବା ତରକାରୀରେ ପକାଇ ଦିଅନ୍ତୁ । ଏହା ପରେ ତରକାରୀକୁ କିଛି ସମୟ ଧିମା ଆଂଚରେ ବସାଇ ଦିଅନ୍ତୁ । ଏହାପରେ ତରକାରୀରୁ ସେହି ଆଳୁଗୁଡିକୁ କାଢି ଦିଅନ୍ତୁ । ଆଳୁ ଲୁଣକୁ ଶୋଷି ଦେଇଥାଏ ଓ ତରକାରୀରୁ ଲୁଣ ଅଂଶ କମି ଯାଇଥାଏ ।
ଲେମ୍ବୁ ରସ : ଲୁଣିଆ ତରକାରୀରେ ଲେମ୍ବୁ ରସ ପକାଇବା ଦ୍ୱାରା ଲୁଣ ଅଂଶ କଟିଯିବା ସହ ତରକାରୀରେ ହାଲକା ଖଟାଳିଆ ସ୍ୱାଦ ଆସିଥାଏ, ଯାହାଦ୍ୱାରା ତରକାରୀ ଖାଇବାକୁ ସୁଆଦିଆ ଲାଗିଥାଏ ।
ଦହି : ଲୁଣିଆ ହୋଇଥିବା ତରକାରୀରେ ଏକ ଚାମଚ ଦହି ପକାଇବା ଦ୍ୱାରା ଲୁଣ ଅଂଶ କଟିଯିବା ସହିତ ତରକାରୀର ସ୍ୱାଦ ମଧ୍ୟ ବଢିଥାଏ ।
ଅଟା : ଅଟାଗୁଳା ପକାଇବା ଦ୍ୱାରା ମଧ୍ୟ ତରକାରୀରୁ ଲୁଣ ଅଂଶ କଟିଥାଏ । କିନ୍ତୁ ଏହି କାମକୁ ସାବଧାନର ସହ ରହି କରିବା ଆବଶ୍ୟକ । ଅଟାଗୁଳାକୁ ଅଧିକ ସମୟ ତରକାରୀରେ ଛାଡନ୍ତୁ ନାହିଁ ।
ଚିନି: ଲୁଣିଆ ତରକାରୀରେ କିଛି ଚିନି ମିଶାଇବା ଦ୍ୱାରା ମଧ୍ୟ ତରକାରୀରୁ ଲୁଣ ଅଂଶ କମିଥାଏ । କିନ୍ତୁ ଦେଖିଚାହିଁ ଚିନି ପକାଇବା ଉଚିତ । ଅଧିକ ଚିନି ପକାଇଲେ, ତରକାରୀ ମିଠା ଲାଗିଥାଏ ।
Powered by Froala Editor