ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍
ଶୀତଦିନ ଆସିଲେ ପ୍ରାୟତଃ ଲୋକମାନଙ୍କର ଜୀବନଶୈଳୀ ପରିବର୍ତ୍ତନ ହୋଇଯାଏ। ହାଡ଼ଭଙ୍ଗା ଶୀତରୁ ତ୍ରାହି ପାଇବା ପାଇଁ ଲୋକମାନେ ଶୀତ ବସ୍ତ୍ର ପିନ୍ଧିବା ସହ ଖାଦ୍ୟପେୟରେ ମଧ୍ୟ ପରିବର୍ତନ କରନ୍ତି। ତେବେ ଏଥର ଶୀତରେ ଶରୀରକୁ ଗରମ ରଖିବା ପାଇଁ ନିଜ ଡାଇଟ୍ରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ। ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ପୋଷକ ତତ୍ତ୍ଵ ମିଳିବା ସହ ଶରୀରକୁ ଗରମ ରଖିବ। ଏହି ସୁପର ଫୁଡ୍ ଖାଇବା ଦ୍ଵାରା ଶୀତଦିନେ ସଂକ୍ରମଣ ଭଳି ରୋଗ ହେବାର ସମ୍ଭାବନା ମଧ୍ୟ କମ୍ ରହିଛି।
ବିଟ୍- ବିଟ୍ରେ ଏଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହାକୁ ଖାଇବା ଦ୍ଵାରା କ୍ୟାନସର ଭଳି ରୋଗ ହେବାର ସମ୍ଭାବନାକୁ ହ୍ରାସ କରିଥାଏ। ଏଥିରୁ ଭିଟାମିନ୍-ଏ ଏବଂ ଭିଟାମିନ୍-କେ ମିଳେ। ବିଟ୍ ପତ୍ର ମଧ୍ୟ ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ହାଡ଼କୁ ମଜଭୁତ ରଖେ ଏବଂ ହଜମ ପ୍ରକ୍ରିୟା ବଢାଏ।
ଖଜୁରୀ- ଖଜୁରୀ ଏକ ଲୋ ଫ୍ୟାଟ୍ ଫୁଡ୍। ଏହା ଖାଇବା ଦ୍ଵାରା ମୋଟା ହେବାର ସମସ୍ୟା ହୁଏ ନାହିଁ। ଜିମ୍ ଯାଉଥିବା ଲୋକଙ୍କ ପାଇଁ ଖଜୁରୀ ଏକ ଜରୁରୀ ଖାଦ୍ୟ।
ବାଦାମ-ଅଖରୋଟ- ବାଦାମ ଏବଂ ଅଖରୋଟ ନର୍ଭ୍ସ୍ ସିଷ୍ଟମକୁ ଭଲ ରଖେ। ଇନସୁଲିନ୍ ପ୍ରୋସେସ୍ ଭଲ ରଖେ।
ରାଗୀ-ଶୀତଦିନେ ରାଗୀ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ଶରୀରରେ କ୍ୟାଲସିୟମ୍ ବୃଦ୍ଧି କରେ।
ବାଜରା- ବାଜରା ଫ୍ୟାଟ୍, ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଥାଏ।
Powered by Froala Editor