ଭଜାବୁଟ ଚୋପାର ରହିଛି ବହୁତ ଚମତ୍କାରୀ ଗୁଣ ଜାଣନ୍ତୁ.....
ଭଜା ବୁଟ ଖାଇବାକୁ ଅନେକେ ପସନ୍ଦ କରନ୍ତି। ଏଥିରେ ପ୍ରଚୁର ପ୍ରୋଟିନ୍ ସହ ଫୋଲେଟ୍, ଆଇରନ୍, କ୍ୟାଲସିୟମ, ପଟାସିୟମ ଏବଂ ତନ୍ତୁ ବା ଫାଇବର ମଧ୍ୟ ରହିଥାଏ। ତେବେ ଅନେକ ଲୋକ ବୁଟ ଖାଇବା ବେଳେ ଏହାର ଚୋପା ଫିଙ୍ଗି ଦେଇଥାନ୍ତି। ଅସଲରେ, ଭଜାବୁଟ ଚୋପାର ମଧ୍ୟ ବହୁ ଚମତ୍କାରୀ ଗୁଣ ରହିଛି।
-ଭଜାବୁଟ ଚୋପା ସହ ଖାଇଲେ ଏହା ପେଟ ପୂରି ରହିଥିବାର ଅନୁଭବ ଦିଏ ଏବଂ ଖୁବ୍ ଶୀଘ୍ର ଓଜନ ହ୍ରାସରେ ସହାୟକ ହୋଇଥାଏ।
-ଏଭଳି ବୁଟ ଖାଇବା ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଭଲ। ଏଥିରେ ଥିବା ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ।
-ଏଥିରେ ଲୌହ ପରିମାଣ ଅଧିକ ଥିବାରୁ ଶରୀରର ରକ୍ତ ଅଭାବ ସମସ୍ୟା ମଧ୍ୟ ଦୂର କରିପାରେ।
Powered by Froala Editor