ଖାଲି ପେଟରେ ଗ୍ରହଣ କରନ୍ତୁନି ଏହିସବୁ ଖାଦ୍ୟ ଓ ପାନୀୟ
ଆମେ ଜାଣିଛନ୍ତି, କିଛି ଖାଦ୍ୟ ଖାଲି ପେଟରେ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ । କିନ୍ତୁ କେଉଁ ଖାଦ୍ୟ ପ୍ରକୃତରେ ଖାଲି ପେଟରେ ଖାଇଲେ ଏହା ଶରୀର ପାଇଁ ତଥା ପାକସ୍ଥଳୀ ପାଇଁ କ୍ଷତିକାରକ ହୋଇଥାଏ, ତାହା ଆମେମାନେ ନଜର ଦେଇନଥାଉ । ତେବେ ଜାଣନ୍ତୁ କେଉଁ ଖାଦ୍ୟ, ପାନୀୟକୁ ଆପଣ ଖାଲି ପେଟରେ ଗ୍ରହଣ କରିବେ ନାହିଁ।
କଫି :
କଫି ପେଟରେ ଖାଲି ପେଟରେ ଏସିଡ୍ ସୃଷ୍ଟି କରିଥାଏ । ଯାହାଦ୍ବାରା ପେଟରେ ଏସିଡିଟି ସମସ୍ୟା ଦେଖାଦେଇଥାଏ, ଏବଂ ଖାଦ୍ୟ ହଜମ ପ୍ରକ୍ରିୟରେ ମଧ୍ୟ ବାଧା ସୃଷ୍ଟି କରିଥାଏ ।
ଲେମ୍ବୁ :
ଓଜନ ହ୍ରାସ ପାଇଁ ଅନେକ ଜଣ ସକାଳୁ ଖାଲି ପେଟରେ ଲେମ୍ବୁପାଣି ପିଇଥାନ୍ତି । କିନ୍ତୁ ଲେମ୍ବୁରେ ଥିବା ସାଇଟ୍ରସ ପେଟରେ ଏସିଡ୍ ସୃଷ୍ଟି କରିଥାଏ । ଯାହାଦ୍ବାରା ପେଟରେ ଗ୍ୟାଷ୍ଟ୍ରିକ ହୋଇଥାଏ ।
ମସଲାଯୁକ୍ତ ଖାଦ୍ୟ :
ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଉଥିଲେ ସାବଧାନ ! ଏହା ଖାଲି ପେଟରେ ବିଷାକ୍ତ ପଦାର୍ଥ ଭଳି କାମ କରିଥାଏ ।
କାର୍ବୋନେଟେ଼ଡ୍ ଡ୍ରିଙ୍କ୍ସ :
କାର୍ବୋନେଟେଡ୍ ଡ୍ରିଙ୍କ୍ସ ଯେମିତିକି ସ୍ପ୍ରାଇଟ, କୋକା କୋଲା, ଜିରା ମସଲା ସୋଡା, ଲେମ୍ବୁଜୁସ୍ ଆଦି ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି କରିବା ସହ ଛାତିରେ ଜ୍ବଳନ ସୃଷ୍ଟି କରେ ।
ପେଷ୍ଟ୍ରି ଏବଂ କେକ୍ :
ଖାଲି ପେଟରେ ଅଧିକ ଶର୍କରା ଥିବା ଖାଦ୍ୟ ପେଟ ପାଇଁ ଖୁବ ଖରାପ । ଏଥିରେ ଥିବା ଅଧିକ ଶର୍କରା ଶରୀରରେ ରକ୍ତ ଶର୍କରାର ପରିମାଣ ବୃଦ୍ଧି କରେ ।
ଥଣ୍ଡା ପାନୀୟ :
ସକାଳ ସମୟରେ ପେଟର ତାପମାତ୍ରା ଶାନ୍ତ ଏବଂ ସ୍ବଭାବିକ ରହିଥାଏ । ଏହି ସମୟରେ ଯଦି କୌଣସୀ ଥଣ୍ଡା ପାନୀୟ ଯେମିତିକି କୌଣସି ଜୁସ୍ , କଲ୍ଡ କଫି ଆଦି ପିଇଥାନ୍ତି ଏହା ପେଟରେ ଆଘାତ ଦେଇଥାଏ।
ଆଲକହଲ :
ଆଲକହଲ ଦେହ ପାଇଁ ସବୁବେଳେ କ୍ଷତିକାରକ । କିନ୍ତୁ ଖାଲି ପେଟରେ ପିଉଥିଲେ ଏହା ବିଷାକ୍ତ ପଦାର୍ଥ ସହ ସମାନ ।
Powered by Froala Editor