ଏହି ବାସ୍ତୁ ନିୟମକୁ ଆପଣେଇ ପଢ଼ନ୍ତୁ ପାଠ
ପରିଶ୍ରମ ସତ୍ତ୍ବେ କ୍ୟାରିୟରରେ ଏତେଟା ଭଲ ପ୍ରଦର୍ଶନ କରିପାରି ନଥାନ୍ତି। ଏଭଳି ପରିସ୍ଥିତି ବାସ୍ତୁଦୋଷ ପାଇଁ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ କିଛି ବାସ୍ତୁ ନିୟମକୁ ମାନିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ।
ଘରର ବିମ୍ ତଳେ ବସି ପଢ଼ିବା ଦ୍ବାରା ମନ ଏକାଗ୍ର ହୋଇପାରେ ନାହିଁ। ଯଦି ପଢ଼ାଘରେ ବିମ୍ ଅଛି, ତେବେ ଏହା ତଳେ ଗୋଟିଏ ବଇଁଶୀ ଲଗାଇଦିଅନ୍ତୁ। ପଢ଼ାଘର ଉତ୍ତର ଦିଗ, ପୂର୍ବ ଦିଗ ବା ଉତ୍ତର-ପୂର୍ବ ଦିଗରେ ହେବା ଆବଶ୍ୟକ।
ପଢ଼ାଘରେ ଶ୍ରୀଗଣେଶ କିମ୍ବା ମା’ ସରସ୍ବତୀଙ୍କ ଫଟୋ ଲଗାନ୍ତୁ। ଶୟନ କକ୍ଷରେ ପାଠ ପଢ଼ୁଥଲେ , ପିଲାଙ୍କ ମୁହଁ ସବୁେବଳେ ଉତ୍ତର ଦିଗକୁ ହେବା ଉଚିତ।
ଦକ୍ଷିଣ ଦିଗକୁ ମୁହଁକରି ପଢ଼ିବା ଦ୍ବାରା ପିଲାଙ୍କ ମଧ୍ୟରେ ଅନୁଶାସନହୀନତା ଦେଖାଯାଏ। ପଢ଼ିବା ସ୍ଥାନରେ ପିଇବା ପାଣି ଓ ଘଡ଼ିର ବ୍ୟବସ୍ଥା ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ।ପାଠପଢ଼ାରେ ମନ ଲାଗୁ ନ ଥିଲେ ଘରେ ମୟୂର ପର ରଖନ୍ତୁ।
Powered by Froala Editor