Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ...

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ...

  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ...

  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ...

  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ...

  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ...

  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ...

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ...

Home ›› ››ଜି-୨୦ ଶିଖର ସମ୍ମିଳନୀ: ଆତଙ୍କବାଦର ମୂଳୋତ୍ପାଟନ ସହ ଉଚିତ ମୁକାବିଲା କରିବାକୁ ଘୋଷଣାନାମାରେ ଉଲ୍ଲେଖ

ଜି-୨୦ ଶିଖର ସମ୍ମିଳନୀ: ଆତଙ୍କବାଦର ମୂଳୋତ୍ପାଟନ ସହ ଉଚିତ ମୁକାବିଲା କରିବାକୁ ଘୋଷଣାନାମାରେ ଉଲ୍ଲେଖ

2025-11-23 11:27:57
15626
Share:
Facebook
Twitter
E-Mail
WhatsApp
Telegram
ଜି-୨୦ ଶିଖର ସମ୍ମିଳନୀ: ଆତଙ୍କବାଦର ମୂଳୋତ୍ପାଟନ ସହ ଉଚିତ ମୁକାବିଲା କରିବାକୁ ଘୋଷଣାନାମାରେ ଉଲ୍ଲେଖ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଶନିବାରଠାରୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଆମେରିକାର ପ୍ରତିବାଦ ଓ ବର୍ଜନ ସତ୍ତ୍ବେ ଜି-୨୦ ନେତୃବୃନ୍ଦ ପୂର୍ବ ପରମ୍ପରା ଭଙ୍ଗ କରି ପ୍ରଥମ ଦିନରେ ହିଁ ମିଳିତ ଘୋଷଣାନାମା ଜାରି କରିଛନ୍ତି। ଆତଙ୍କବାଦର ସବୁ ସ୍ବରୂପକୁ ଜି-୨୦ ନେତାମାନେ ମିଳିତ ସ୍ବରରେ ନିନ୍ଦା କରିଛନ୍ତି। ଏହା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧୀ ବୋଲି କୂଟନୈତିକ ମହଲ ମତବ୍ୟକ୍ତ କରିଛନ୍ତି। ଆତଙ୍କବାଦକୁ ବିଶ୍ବ ଦରବାରରେ ନିନ୍ଦା କରିବା ପାଇଁ ଭାରତ ବହୁଦିନରୁ ଦାବି କରିଆସୁଛି। କେତେକ ରାଷ୍ଟ୍ର ଆତଙ୍କବାଦକୁ ଦୁଇଟି ବର୍ଗ ଯଥା ଭଲ ଓ ଖରାପ ଭାବେ ଉପସ୍ଥାପନ କରୁଥିବାରୁ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆତଙ୍କବାଦର ମୂଳୋତ୍ପାଟନ କରିବା ସହ ଏହାର ଉଚିତ ମୁକାବିଲା କରିବାକୁ ଘୋଷଣାନାମାରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ଘୋଷଣାନାମାରେ ଡବ୍ଲ୍ୟୁଟିଓ (ବିଶ୍ବ ବାଣିଜ୍ୟ ସଂଗଠନ)ରେ ସଂସ୍କାର ଅଣାଯିବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି। ଚଳିତ ସମ୍ମିଳନୀର ବିଷୟବସ୍ତୁ ଏକତା, ସମାନତା ଏବଂ ଦୀର୍ଘ ସ୍ଥାୟିତ୍ବ ଉପରେ ଆଧାରିତ। ତେଣୁ ଆଫ୍ରିକା ଭଳି ଏକ ଅନୁନ୍ନତ ମହାଦେଶରେ ବାଣିଜ୍ୟର ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ନେତୃବୃନ୍ଦ ସମ୍ମତି ପ୍ରକାଶ କରିଛନ୍ତି। ଏହାବ୍ୟତୀତ କୌଣସି ରାଷ୍ଟ୍ରର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତାକୁ କ୍ଷୁଣ୍ଣ କରାଯିବା ଅନୁଚିତ ବୋଲି ଘୋଷଣାନାମାରେ ଉଲ୍ଲେଖ କରାଯାଇଛି। ସବୁ ରାଷ୍ଟ୍ର ପରସ୍ପର ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ସହ ମାନବିକ ଅଧିକାର ଏବଂ ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନତା ଆଣିବାକୁ ଉଦ୍ୟମ କରିବା ଜରୁରୀ ବୋଲି କୁହାଯାଇଛି। ଆଫ୍ରିକୀୟ ରାଷ୍ଟ୍ର ସୁଦାନ, କଙ୍ଗୋଠାରୁ ଆରମ୍ଭ କରି ପାଲେଷ୍ଟାଇନ ଓ ୟୁକ୍ରେନରେ ଯେଭଳି ସ୍ଥିତି ଉପୁଜିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହି ସବୁ ସ୍ଥାନରେ ସ୍ଥାୟୀ ଶାନ୍ତି ବଜାୟ ରଖିବାକୁ ନେତୃବୃନ୍ଦ ଏକମତ ହୋଇଛନ୍ତି।

ଆୟୋଜକ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଏହି ସମ୍ମିଳନୀକୁ ଶନିବାର ଉଦ୍‌ଘାଟନ କରିଛନ୍ତି। ରାମଫୋସା ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ଘୋଷଣାନାମାରେ ଉଲ୍ଲେଖ କରାଯାଇଥିବା କେତେକ ଶବ୍ଦକୁ ଆମେରିକା ନାପସନ୍ଦ କରିଛି। ତେବେ ଏହି ପ୍ରତିବାଦ ସହ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁନଶ୍ଚ କୌଣସି ସମ୍ମିଳନୀର ଉଦ୍‌ଯାପନୀ ଦିନରେ ମିଳିତ ଘୋଷଣାନାମା ଜାରି କରାଯାଇଥାଏ। ତେବେ ଚଳିତବର୍ଷ ଏହି ପରମ୍ପରାକୁ ଭଙ୍ଗ କରାଯାଇଛି। କେତେକ ପ୍ରସ୍ତାବ ଗ୍ରହଣ ନ କରିବାକୁ ଆମେରିକା ଚାପ ପକାଇଥିଲେ ସୁଦ୍ଧା ଏହାକୁ ଉପେକ୍ଷା କରାଯାଇଛି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗ ଦେଇଥିବାବେଳେ ଚାରିଟି ନୂଆ ପ୍ରସ୍ତାବ ଆଗତ କରିଛନ୍ତି। ଏଗୁଡିକ ହେଉଛି ଗ୍ଲୋବାଲ ଟ୍ରାଡିସନାଲ ନଲେଜ ରିପୋଜିଟୋରି ପ୍ରତିଷ୍ଠା, ଆଫ୍ରିକା ସ୍କିଲ୍‌ସ ମଲ୍‌ଟିପ୍ଲାୟର ଇନିସିଏଟିଭ୍‌, ଗ୍ଲୋବାଲ ହେଲଥ୍‌କେୟାର ରେସ୍‌ପନ୍ସ ଟିମ୍‌ ଗଠନ ଏବଂ ଡ୍ରଗ୍‌ସ-ଆତଙ୍କବାଦ ମେଣ୍ଟର ମୁକାବିଲା ପାଇଁ ପ୍ରସ୍ତୁତି। ଏହି ଚାରିଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ବିଶ୍ବର ସାମଗ୍ରିକ ବିକାଶ ଘଟିବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଥମ ଅଧିବେଶନକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ବୈଶ୍ବିକ ବିକାଶ ପ୍ରକ୍ରିୟାର ମାନଦଣ୍ଡ ନିର୍ଦ୍ଧାରଣ ପ୍ରସଙ୍ଗକୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବା ଜରୁରୀ। ଯଦିଓ ଜି-୨୦ ସମ୍ମିଳନୀ ଇତିପୂର୍ବରୁ ବିଶ୍ବର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାକୁ ସୁଧାରି ପାରିଛି, ତଥାପି ପ୍ରଚଳିତ ଧାରା ଯୋଗୁଁ ବିଶ୍ବର ଅଧିକାଂଶ ଲୋକ ଉପକୃତ ହୋଇପାରୁନାହାନ୍ତି। ବିଶେଷ କରି ଆଫ୍ରିକାରେ ବିକାଶ ପ୍ରକ୍ରିୟା ମନ୍ଥର ହୋଇପଡିଥିବା ମୋଦୀ କହିଛନ୍ତି। ଆଫ୍ରିକା ମହାଦେଶରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ଆୟୋଜିତ ହେଉଥିବାରୁ ବିକାଶ ପ୍ରକ୍ରିୟାର ମାନଦଣ୍ଡ ପ୍ରଥମେ ଏହି ମହାଦେଶ ଉପରେ ଲାଗୁ କରାଯିବା ଉଚିତ ବୋଲି ‌ମୋଦୀ କହିଛନ୍ତି।

ଗ୍ଲୋବାଲ ହେଲଥ୍‌କେୟାର ସିଷ୍ଟମ ଦ୍ବାରା ସ୍ବାସ୍ଥ୍ୟସେବା ସମ୍ପର୍କିତ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୋଦୀ କହିଛନ୍ତି। ଜରୁରୀ ସ୍ବାସ୍ଥ୍ୟସେବା ଓ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଏହି ଯୋଜନା ଆଶାନୁରୂପ ଫଳ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଶେଷରେ ବିଶ୍ବ ପ୍ରତି ବିପଦ ସୃଷ୍ଟି କରୁଥିବା ଡ୍ରଗ୍‌ସ-ଟେରର (ମାଦକଦ୍ରବ୍ୟ-ଆତଙ୍କବାଦ) ମେଣ୍ଟ ପ୍ରତି ସତର୍କ ରହିବାକୁ ମୋଦୀ ପ୍ରସ୍ତାବ ଦେଇଛନ୍ତି। ଡ୍ରଗ୍‌ସ ଚୋରାଚାଲାଣ ଏବଂ ବିଶେଷ କରି ଫେଣ୍ଟାନିଲ୍‌ ଭଳି ଘାତକ ଡ୍ରଗ୍‌ସର ବ୍ୟବହାର ଉପରେ କଟକଣା ଜାରି କରାଯିବାକୁ ମୋଦୀ ଗୁରୁତ୍ବ ଦେଇଛନ୍ତି। ସାଂପ୍ରତିକ ସମୟରେ ଡ୍ରଗ୍‌ସ-ଟେରର ମେଣ୍ଟ ସାଧାରଣ ସ୍ବାସ୍ଥ୍ୟସେବା, ସାମାଜିକ ସ୍ଥିରତା ଏବଂ ବୈଶ୍ବିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବିଶ୍ବର ସବୁ ରାଷ୍ଟ୍ର ଏହା ବିରୋଧରେ ଅଭିଯାନ ଆରମ୍ଭ କରିବାକୁ ମୋଦୀ ଆହ୍ବାନ ଦେଇଛନ୍ତି।

Powered by Froala Editor

Tags G-20

Related articles Odisha News Lens 4.1

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14974
    May 25, 2026
  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ...
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ...

    13610
    May 26, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି
    ବିଶେଷ

    ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14404
    May 26, 2026
  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି
    ଅପରାଧ

    ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

    15298
    May 26, 2026
  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା
    ଦେଶ-ଦେଶାନ୍ତର

    ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

    14339
    May 26, 2026
  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ
    ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13270
    May 26, 2026
  •  ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ
    ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14747
    May 25, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ
    ଦେଶ-ଦେଶାନ୍ତର

    ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14523
    May 26, 2026
  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ

    13536
    May 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13405
    May 26, 2026
  • ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13270
    May 26, 2026
  • ଦେଶ-ଦେଶାନ୍ତର

    ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

    14339
    May 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16879
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17498
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17546
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17930
    Sep 06, 2023

ବିଶେଷ

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14404
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15719
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15010
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14421
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14544
    May 18, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15423
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15164
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15654
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13989
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14747
    May 25, 2026
  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13270
    May 26, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14404
    May 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In