ଡିସେମ୍ବର ୫ରେ ପୁଟିନଙ୍କ ଭାରତ ଗସ୍ତ
ନୂଆଦିଲ୍ଲୀ: ଡିସେମ୍ବର ୫ରେ ଭାରତ ଗସ୍ତରେ ଆସୁଛନ୍ତି ପୁଟିନ୍ । ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୩ ତମ ଭାରତ-ରୁଷ୍ ବାର୍ଷିକ ଶିଖର ବୈଠକରେ ସଂଯୁକ୍ତ ଅଧ୍ୟକ୍ଷତା କରିବେ । ୨୦୨୧ ଡିସେମ୍ବର ପରେ ପ୍ରଥମ ଥର ପୁଟିନଙ୍କ ଭାରତ ଗସ୍ତ ହେବ । ରୁଷ-ୟୁକ୍ରେନ ବିବାଦ ପରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।
ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଉପରେ ବିଶ୍ୱର ନଜର ରହିଛି । ପୁଟିନ୍ ଏବଂ ମୋଦିଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତକାରରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ସମୀକ୍ଷା କରାଯିବ । ଦ୍ୱିପାକ୍ଷିକ ବାଣିଜ୍ୟ ବିସ୍ତାର ଉପରେ ବିଶେଷ ଆଲୋଚନା କରାଯିବ । ମସ୍କୋରେ ଗସ୍ତରେ ଜୟଶଙ୍କର ଡ୍ରାଫ୍ଟ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିବେ ।
Powered by Froala Editor