ଦିଲ୍ଲୀ ବିସ୍ଫୋରଣ ମାମଲା: ଛାନଭିନ୍ ବେଳେ ମିଳିଲା ୩ଟି ୯ଏମଏମ-କାଲିବର କ୍ୟାଟ୍ରିଜ୍
ନୂଆଦିଲ୍ଲୀ: ୧୩ ଜୀବନ ନେଇଥିବା ଦିଲ୍ଲୀ ଆତଙ୍କୀ ବିସ୍ଫୋରଣ ଘଟଣାର ଛାନଭିନ୍ ବେଳେ ମଳିଛି ୯ ଏମ୍ଏମ୍ର ୩ଟି କ୍ୟାଟ୍ରିଜ୍ । କେଉଁଠୁ ଆସିଲା କ୍ୟାଟ୍ରିଜ୍ ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରୁ ବନ୍ଧୁକ କି ତାର କିଛି ପାର୍ଟ ମିଳିନଥିବା ବେଳେ ଖୋକା ଆସିଲା କେଉଁଠି ତାହା ବି ପ୍ରଶ୍ନ ଘେରରେ । ଆତଙ୍କୀ ଡାକ୍ତର ଉମର ଏଭଳି ବନ୍ଧୁକ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ସେପଟେ ଘରେ ବୋମା ତିଆରି କରୁଥିଲା ଆତଙ୍କୀ ଡାକ୍ତର ଉମର ନବି । ଘରେ ଲ୍ୟାବ କରି ବିସ୍ଫୋରକ ପରୀକ୍ଷଣ କରୁଥିଲା ଦିଲ୍ଲୀ ମାଷ୍ଟରମାଇଣ୍ଡ ଡାକ୍ତର ଉମନ ଉନ ନବି ।
ଦିଲ୍ଲୀ ପୁଲିସ ସୂତ୍ର ଅନୁଯାୟୀ, ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ସ୍ଥାନରୁ ୩ଟି ୯ଏମଏମ-କାଲିବର କ୍ୟାଟ୍ରିଜ୍ ମିଳିଛି ।ଏଥିମଧ୍ୟରୁ ଦୁଇଟି ଅଫୁଟା କ୍ୟାଟ୍ରିଜ୍ ଏବଂ ଗୋଟିଏ ଖାଲି ସେଲ୍ । କ୍ୟାଟ୍ରିଜ୍ ସେଠାକୁ କିପରି ଆସିଲା ତାର ତଦନ୍ତ ଚାଲିଛି ।
Powered by Froala Editor