ଶ୍ରୀନଗରର ଲିସ ଷ୍ଟେସନ ବିସ୍ଫୋରଣ ‘ଦୁର୍ଘଟଣାଜନିତ’
ଜମ୍ମୁ କଶ୍ମୀରର ଶ୍ରୀନଗରର ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ ଏକ ବିବୃତି ଦେଇଛନ୍ତି। ଡିଜିପି କହିଛନ୍ତି ଯେ, ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ କେବଳ ଏକ ଦୁର୍ଘଟଣା ଥିଲା ଏବଂ ଅନ୍ୟ କିଛି ନୁହେଁ। ଏଥିରେ କାହାର ଦୋଷ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ୨୦ରେ ଶ୍ରୀନଗରସ୍ଥିତ ନୌଗାମ ଥାନାରେ ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣରେ ଜଣେ ଏସଆଇଏ କର୍ମୀ, ୩ ଏଫଏସଏଲ, ୨ କ୍ରାଇମସିନ ଫଟୋଗ୍ରାଫର, ୨ ରାଜସ୍ୱ ଅଧିକାରୀ ଓ ଜଣେ ଟେଲରଙ୍କର ମୃତ୍ୟୁଙ୍କର ହୋଇଛି । ୩୨ ଜଣ ଆହତ ହୋଇଛନ୍ତି ।
ବିସ୍ଫୋରଣ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ଡିଜିପି ନଳିନ ପ୍ରଭାତ। ସେ କହିଛନ୍ତି, ''ବିସ୍ଫୋରଣ ଦୁର୍ଘଟଣାଜନିତ । ଘଟଣାର କିଛି ଅନ୍ୟ କାରଣ ଥିବା ଅନୁମାନ କରିବା ଅନାବଶ୍ୟକ । ପୁଲିସ୍ ଓ ଫରେନ୍ସିକ ଯାଞ୍ଚ ବେଳେ ବିସ୍ଫୋରଣ ଘଟିଛି । ଘଟଣାରେ କୌଣସି ଆତଙ୍କୀ ଷଡଯନ୍ତ୍ର କି ଅନ୍ୟ କାହାର ହସ୍ତକ୍ଷେପ ନାହିଁ ।
ଫରିଦାବାଦରୁ ଜବତ ହୋଇଥିବା ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଖୋଲା ସ୍ଥାନରେ ରଖାଯାଇଥିଲା । ବିସ୍ଫୋରଣ ହେବା ସମୟରେ ଦୁଇ ଦିନ ଧରି ନମୁନା ପରୀକ୍ଷା ଚାଲିଥିଲା। ଏହି ଘଟଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି।
Powered by Froala Editor