ଶୀତଦିନ ପାଇଁ ସୁପର୍ ଫୁଡ
ଶୀତଦିନ ଆସିଲେ ପ୍ରାୟତଃ ଲୋକମାନଙ୍କର ଜୀବନଶୈଳୀ ପରିବର୍ତ୍ତନ ହୋଇଯାଏ। ଏଥର ଶୀତରେ ଶରୀରକୁ ଗରମ ରଖିବା ପାଇଁ ନିଜ ଡାଇଟ୍ରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ। ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ପୋଷକ ତତ୍ତ୍ଵ ମିଳିବା ସହ ଶରୀରକୁ ଗରମ ରଖିବ। ଏହି ସୁପର ଫୁଡ୍ ଖାଇବା ଦ୍ଵାରା ଶୀତଦିନେ ସଂକ୍ରମଣ ଭଳି ରୋଗ ହେବାର ସମ୍ଭାବନା ମଧ୍ୟ କମ୍ ରହିଛି।
ଏହି ଖାଦ୍ୟ ଗୁଡ଼ିକ ହେଲା-
ସାକରକନ୍ଦ- ଶୀତଦିନେ ପ୍ରାୟତଃ ସାକରକନ୍ଦ ମିଳେ। ଏଥିରେ ଥିବା ପୋଷକତତ୍ତ୍ଵ ଶରୀରକୁ ଶକ୍ତି ଯୋଗାଏ। ସାକରକନ୍ଦରୁ ଫାଇବର, ଭିଟାମିନ୍-ଏ, ଏବଂ ପୋଟାସିୟମ୍ ପ୍ରଚୁର ମାତ୍ରାରେ ମିଳେ। ନିୟମିତ ଭାବରେ ଏହାକୁ ଖାଇବା ଦ୍ଵାରା ଶରୀରରେ ଇମ୍ୟୁନିଟି ବଢେ।
ବିଟ୍- ବିଟ୍ରେ ଏଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହାକୁ ଖାଇବା ଦ୍ଵାରା କ୍ୟାନସର ଭଳି ରୋଗ ହେବାର ସମ୍ଭାବନାକୁ ହ୍ରାସ କରିଥାଏ। ଏଥିରୁ ଭିଟାମିନ୍-ଏ ଏବଂ ଭିଟାମିନ୍-କେ ମିଳେ। ବିଟ୍ ପତ୍ର ମଧ୍ୟ ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ହାଡ଼କୁ ମଜଭୁତ ରଖେ ଏବଂ ହଜମ ପ୍ରକ୍ରିୟା ବଢାଏ।
ଖଜୁରୀ- ଖଜୁରୀ ଏକ ଲୋ ଫ୍ୟାଟ୍ ଫୁଡ୍। ଏହା ଖାଇବା ଦ୍ଵାରା ମୋଟା ହେବାର ସମସ୍ୟା ହୁଏ ନାହିଁ। ଜିମ୍ ଯାଉଥିବା ଲୋକଙ୍କ ପାଇଁ ଖଜୁରୀ ଏକ ଜରୁରୀ ଖାଦ୍ୟ। ଏହାକୁ ପ୍ରତିଦିନ ଖାଇଲେ ଶରୀର ଗରମ ରୁହେ।
ବାଦାମ-ଅଖରୋଟ- ବାଦାମ ଏବଂ ଅଖରୋଟ ନର୍ଭ୍ସ୍ ସିଷ୍ଟମକୁ ଭଲ ରଖେ। ଇନସୁଲିନ୍ ପ୍ରୋସେସ୍ ଭଲ ରଖେ।
Powered by Froala Editor