ବିହାରରେ ବହୁ ଆଗରେ ଚାଲିଛି ଏନ୍ଡିଏ
ପାଟନା: ବିହାର ବାଜି କିଏ ଜିତିବ ? ସମୟ ଗଡୁଛି ଉତ୍କଣ୍ଠା ବଢୁଛି । ଇଭିଏମ୍ରୁ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲୁଛି । ବିହାରରେ ବହୁ ଆଗରେ ଚାଲିଛି ଏନ୍ଡିଏ । ମ୍ୟାଜିକ୍ ନମ୍ବର ୧୨୨ ପାର୍ କରି ଅନେକ ଆସନରେ ଟ୍ରେଣ୍ଡ କରୁଛି ଏନ୍ଡିଏ । ଏନଡିଏ ୧୯୦ ଆସନରେ ଆଗରେ ଚାଲିଛି । ବହୁ ପଛରେ ପଡିଛି ତେଜସ୍ୱୀଙ୍କ ମହାଗଠବନ୍ଧନ । ମହାମେଣ୍ଟ ୫୦ ଆସନରେ ଆଗରେ ରହିଛି । ସେହିପରି ପ୍ରଶାନ୍ତ କିଶୋରଙ୍କ ଜନ ସୁରଜ ପାର୍ଟି ୨ଟି ଆସନରେ ଲିଡ୍ କରୁଛି । ବିହାରରେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଏମ୍ଜିବି ପୂରା ନିରାଶ । ମହାମେଣ୍ଟର ନୈରାଶ୍ୟଜନକ ଅବସ୍ଥା ଦେଖିବାକୁ ମିଳିଛି । ଏନଡିଏ ୧୯୦ ଆସନ ଯାହା ମ୍ୟାଜିକ ନମ୍ବର ୧୨୨ଠୁ ଢେର ଆଗରେ ଥିବା ବେଳେ ମହାମେଣ୍ଟ ୫୦ ଆସନରେ ଲିଡ୍ କରୁଛି ।
Powered by Froala Editor