ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ କିରାଣୀ
ଭବାନୀପାଟଣା : ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଭେଙ୍କଟଗିରି ରାଓ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନିଜ ବିଭାଗର ଅବସରପ୍ରାପ୍ତ ଫିଟର ତ୍ରିଲୋଚନ ଶବରଙ୍କ ଠାରୁ ପେନସନ୍ ଏବଂ ଗ୍ରାଚୁଇଟି କରାଇଦେବା ପାଇଁ ଶ୍ରୀ ରାଓ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଶ୍ରୀ ରାଓ ନିଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ୨ ଟି ଭିଜିଲାନ୍ସ ଦଳ ତାଙ୍କ ଅଫିସ ଏବଂ ସରକାରୀ ଘରେ ଚଢାଉ ଜାରି ରଖିଛନ୍ତି।
Powered by Froala Editor