ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ଚୋଟ ଦେଇ ମାରିଲା ପତ୍ନୀ
ଉତ୍ତରପ୍ରଦେଶର ମିରଠରେ ୨୦ ଲକ୍ଷ ଟଙ୍କାର ବୀମା ଟଙ୍କା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚି ନିଜ ସ୍ୱାମୀଙ୍କୁ ରାସ୍ତାରୁ ହଟାଇ ଦେଇଛି ସ୍ତ୍ରୀ। ପ୍ରେମିକ ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ସ୍ବାମୀକୁ ସାପ ଚୋଟ ଦେଇ ହତ୍ୟା କରିଛି। ଯୋଜନା ଅନୁଯାୟୀ ପ୍ରଥମେ ସ୍ୱାମୀଙ୍କୁ ନିଦ ଔଷଧ ଦେଇଥିଲେ। ସେ ଗଭୀର ନିଦରେ ଶୋଇଯିବା ପରେ ତାଙ୍କ କମ୍ବଳ ଭିତରେ ଏକ ବିଷଧର ସାପ ଛାଡ଼ି ଦେଇଥିଲେ। ଏପରିକି ସନ୍ଦେହ ଏଡ଼ାଇବା ପାଇଁ ପତ୍ନୀ ନିଜ ସନ୍ତାନକୁ ନେଇ ଅନ୍ୟ ଘରକୁ ଚାଲିଯାଇଥିଲେ।
ପୋଲିସର ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କର ଅନ୍ୟ ଜଣଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହାସହ ସ୍ୱାମୀଙ୍କ ନାମରେ ୨୦ ଲକ୍ଷ ଟଙ୍କାର ଜୀବନ ବୀମା ମଧ୍ୟ କରାଯାଇଥିଲା। ବୀମା ରାଶି ହାତେଇବା ଓ ପ୍ରେମିକ ସହ ଏକାଠି ରହିବା ପାଇଁ ସ୍ୱାମୀଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରେମିକ ସହ ମିଶି ସ୍ବାମୀକୁ ସାପ ଚୋଟ ଦେଇ ମାରି ଦେଇଥିଲେ ସ୍ତ୍ରୀ। ପରଦିନ ସକାଳେ ଏହାକୁ ସାଧାରଣ ସାପ କାମୁଡ଼ା ଘଟଣା ବୋଲି ଦେଖାଇବାକୁ ଚେଷ୍ଟା କରିଥିଲେ।
Powered by Froala Editor