୩୦ ବର୍ଷ ପରେ ଖୁଲାସା କଲେ ଗୋବିନ୍ଦା, ଦିନେ ଆତ୍ମହତ୍ୟା କରିବାକୁ ଯାଇଥିଲେ
ପରଦାରେ ନିଜ କମେଡି ଦ୍ୱାରା ସମସ୍ତଙ୍କୁ ହସାଉ ଥିବା ଗୋବିନ୍ଦା ବାସ୍ତବ ଜୀବନରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି। ଗୋବିନ୍ଦାଙ୍କ ଜୀବନରେ ଏପରି ଏକ ସମୟ ଆସି ଥିଲା, ଯେତେବେଳେ ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ। ଏହି କଥାର ଖୁଲାସା ଗୋବିନ୍ଦା ନିଜେ ପାଖାପାଖି ୩୦ ବର୍ଷ ପରେ କରିଛନ୍ତି।
ଗୋବିନ୍ଦା କହିଛନ୍ତି ଯେ, ୧୯୯୬ ମସିହାରେ ତାଙ୍କ ମା’ ନିର୍ମଳା ଦେବୀଙ୍କ ଦେହାନ୍ତ ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ଏବଂ ନଦୀରେ ବୁଡ଼ି ଜୀବନ ଦେବାକୁ ଯାଇଥିଲେ। ତେବେ ଜଣେ ସାଧୁ ତାଙ୍କୁ ବଞ୍ଚାଇ ଦେଇଥିଲେ।
ଗୋବିନ୍ଦା ନିକଟରେ ANI କୁ ଦେଇଥିବା ଏକ ସାକ୍ଷାତକାରର ପ୍ରୋମୋ ଆସିଛି। ସାକ୍ଷାତକାରରେ ଗୋବିନ୍ଦାଙ୍କୁ ତାଙ୍କ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନ ପଚରାଯାଇ ଥିଲା, ଯାହାର ଉତ୍ତର ଅଭିନେତା ସ୍ପଷ୍ଟ ଭାବେ ଦେଇ ଥିଲେ। ଏହି ସମୟରେ ଗୋବିନ୍ଦା ନିଜ ଜୀବନର ଖୁଲାସା କରିଥିଲେ। ସେ କହି ଥିଲେ ଯେ, ଏପରି ଏକ ସମୟ ଥିଲା, ଯେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ।
ସେ ଆହୁରି କହିଥିଲେ, “ମୋତେ ଲାଗିଲା ଯେ ଏବେ ସବୁକିଛି ଶେଷ ହୋଇଗଲା। ମା’ ନର୍ମଦା ନଦୀରେ ଥିଲେ। ମୁଁ ଭାବିଲି, ଆଉ ଟିକେ ଆଗକୁ ଗଲେ ମୁଁ ତାଙ୍କୁ ଭେଟିପାରିବି। ତେଣୁ ମୁଁ ନଦୀ ଭିତରକୁ ଚାଲିଗଲି।”
Powered by Froala Editor