‘ଟକ୍ସିକ୍’ କିଆରାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ : ନୟନତାରା
ଫିଲ୍ମ ‘ଟକ୍ସିକ୍: ଏ ଫେୟାରୀଟେଲ୍ ଫର୍ ଗ୍ରୋନ୍-ଅପ୍ସ’ର ଟ୍ରେଲର ଲଞ୍ଚ ହୋଇଛି। ଏହି ଅବସରରେ ଫିଲ୍ମର ଲିଡ୍ ଷ୍ଟାର ୟଶ ଏବଂ ନୟନତାରା, ସହ-ଅଭିନେତ୍ରୀ କିଆରା ଆଡଭାନୀଙ୍କ ଜବରଦସ୍ତ ପ୍ରଶଂସା କରିଛନ୍ତି। କିଆରାଙ୍କ ପ୍ରଶଂସାରେ ନୟନତାରା ମଧ୍ୟ ଖୋଲାଖୋଲି ଭାବେ ମତ ରଖିଛନ୍ତି। ତାଙ୍କ ମତରେ, ‘ଟକ୍ସିକ୍’ କିଆରାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ ହେବ। ଏହି ଫିଲ୍ମ ପରେ କିଆରାଙ୍କ କ୍ୟାରିୟରରେ ‘ଟକ୍ସିକ୍ ପୂର୍ବରୁ’ ଓ ‘ଟକ୍ସିକ୍ ପରେ’ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।
କିଆରାଙ୍କ ପରିଶ୍ରମକୁ ପ୍ରଶଂସା କରି ୟଶ କହିଛନ୍ତି, ଫିଲ୍ମରେ ସେ ଯେଉଁ ଭୂମିକା କରିଛନ୍ତି, ତାହା ପାଇଁ ସେ ବହୁତ ସମର୍ପିତ ଥିଲେ। କିଆରା ନିଜକୁ ଏହି ଫିଲ୍ମର ଭିଜନ୍ରେ ସମର୍ପିତ କରିଥିଲେ ଏବଂ ବହୁ ପରିଶ୍ରମ କରିଛନ୍ତି ବୋଲି ୟଶ କହିଛନ୍ତି।
ଭେଙ୍କଟ କେ. ନାରାୟଣ ଓ ୟଶଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି KVN Productions ଏବଂ Monster Mind Creations ବ୍ୟାନରରେ ପ୍ରସ୍ତୁତ ହୋଇଛି। ଫିଲ୍ମଟି ୨୬ ଅଗଷ୍ଟ ୨୦୨୬ରେ ବିଶ୍ୱବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଟ୍ରେଲର ପରେ ଫିଲ୍ମର କାହାଣୀ ଓ ଷ୍ଟାରକାଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ‘ଟକ୍ସିକ୍’ରେ ୟଶ ଡବଲ୍ ରୋଲ୍ରେ ନଜର ଆସିଛନ୍ତି। ଫିଲ୍ମର କାହାଣୀରେ ବାପା-ପୁଅଙ୍କ ଜଟିଳ ସମ୍ପର୍କ ଓ ଚିନ୍ତାଧାରାର ସଂଘର୍ଷକୁ ଗୁରୁତ୍ୱ ଦିଆଯାଇଛି।
Powered by Froala Editor