ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ
କଞ୍ଚା କଦଳୀରେ ପୋଟାସିୟମ୍ ଭରପୂର ହୋଇ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଦିନ ତମାମ ଶରୀରକୁ ଫୂର୍ତ୍ତି ରଖିଥାଏ। ଏଥିରେ ଥିବା ଭିଟାମିନ୍ ବି-୬ ଓ ଭିଟାମିନ୍ ସି ଶରୀରର କୋଷିକାଗୁଡ଼ିକୁ ପୋଷଣ ଦେଇଥାଏ। କଞ୍ଚା କଦଳୀରେ ଆଣ୍ଟି-ଅକ୍ସିଡାଣ୍ଡ୍ ରହିଛି। ଫଳରେ ପ୍ରତିଦିନ ଗୋଟିଏ କଞ୍ଚାକଦଳୀ ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।
ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ଗୋଟିଏ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ। କୁହାଯାଏ। ଏଥିରେ ଭରପୂର ମାତ୍ରାରେ ତନ୍ତୁ (ଫାଇବର୍) ରହିଥିବାରୁ ଏହା ଅନାବଶ୍ୟକ ଫ୍ୟାଟ୍ ସେଲ୍ଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ରହୁଥିଲେ କଞ୍ଚା କଦଳୀ ବେଶ୍ ଲାଭଦାୟକ । ଏଥିରେ ଫାଇବର ଓ ହେଲଦୀ ଷ୍ଟାର୍ଚ ରହିଥିବାରୁ ଏହା ପେଟରେ କୌଣସି ଅପରିଷ୍କାର ଜିନିଷ ଜମିବାକୁ ଦେଇ ନ ଥାଏ।
ମଧୁମେହ ରୋଗରେ ପୀଡ଼ିତ ଲୋକେ କଞ୍ଚା କଳଦୀ ଖାଇବା ଉଚିତ। ଏହା ଦ୍ୱାରା ମଧୁମେହକୁ ନିୟନ୍ତ୍ରିତ କରି ହୁଏ।
Powered by Froala Editor