ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କ ଦୁର୍ନୀତି ବିରୋଧୀ 'ଜିରୋ ଟଲେରାନ୍ସ' ନୀତିକୁ ଆଧାର କରି ଚେନ୍ନାଇ କର୍ପୋରେସନ (GCC) ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପଛରେ ରହିଛି ଆକସ୍ମିକ ଚଢ଼ାଉ ବେଳେ ମିଳିଥିବା ବେହିସାବ ଟଙ୍କା ଓ ସନ୍ଦେହଜନକ ଡିଜିଟାଲ କାରବାରର ପ୍ରମାଣ। ଗୁଗୁଲ୍ ପେ’ ମାଧ୍ୟମରେ ୨.୩୯ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସରକାର ଏକାଥରେ ୭ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଡିଜିଟାଲ ପେମେଣ୍ଟ ଛଡ଼ା ନଗଦ ଆକାରରେ ମଧ୍ୟ ଲାଞ୍ଚ ନିଆଯାଇଥିଲା, ଯାହାର ତଦନ୍ତ କରାଯାଉଛି।
ଗତ ସପ୍ତାହରେ ଗ୍ରେଟର ଚେନ୍ନାଇ କର୍ପୋରେସନ (GCC) ପକ୍ଷରୁ ଜୋନ୍–୬ ଓ ଜୋନ୍–୯ରେ ଆକସ୍ମିକ ଚଢ଼ାଉ କରାଯାଇଥିଲା। ଯାଞ୍ଚ ବେଳେ କେତେକ ଅଧିକାରୀଙ୍କ ପାଖରୁ ବେହିସାବ ନଗଦ ଟଙ୍କା ସହ ସନ୍ଦେହଜନକ ଡିଜିଟାଲ କାରବାର ତଥ୍ୟ ମିଳିଥିଲା। ଜିସିସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାଙ୍କ GPay ଆକାଉଣ୍ଟରେ ହୋଇଥିବା ୨.୩୯ ଲକ୍ଷ ଟଙ୍କାର କାରବାର ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ସରକାର କହିଛନ୍ତି, ଦୁର୍ନୀତି ପ୍ରତି କୌଣସି ପ୍ରକାର ସହନଶୀଳତା ଦେଖାଯିବ ନାହିଁ ଏବଂ ଦୋଷୀ ସାବ୍ୟସ୍ତ ହେଲେ କଡ଼ା ଶାସ୍ତି ଦିଆଯିବ।
Powered by Froala Editor