୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: କାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଏଥିରେ ସଂସଦର ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନେଇ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ିବେ ସରକାର। ଅଧିବେଶନରେ କେନ୍ଦ୍ର ସରକାର ୫ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିପାରନ୍ତି।
ସେଗୁଡ଼ିକ ହେଲା ଆୟକର ସଂଶୋଧନ ବିଲ୍, ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍ ୨୦୨୬ ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ସଂଶୋଧନ ଆଗତ ହୋଇପାରେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ମୌସୁମୀ ଅଧିବେଶନ ଜୁଲାଇ ୨୦ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ।
Powered by Froala Editor