ଏହି ରୋଗୀଙ୍କ ପାଇଁ ବିଟ୍ ଜୁସ୍ ବହୁତ ଲାଭଦାୟକ
ବିଟ୍ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ବିଟ୍କୁ ଅନେକ ଉପାୟରେ ଖାଦ୍ୟରେ ସାମିଲ କରାଯାଇପାରିବ। ଯେଉଁମାନଙ୍କର ଆଇରନ ସମସ୍ୟା ଅଛି ସେମାନଙ୍କ ପାଇଁ ବିଟ୍ ଖାଇବା ଲାଭଦାୟକ। କାରଣ ଏଥିରେ ମାଙ୍ଗାନିଜ, ପୋଟାସିୟମ, ଆଇରନ, ଫୋଲେଟ, ଭିଟାମିନ୍ ବି-୬ ଏବଂ ଭିଟାମିନ ସି’ ଭଳି ଅନେକ ଗୁଣ ରହିଛି।
ଉଚ୍ଚ ରକ୍ତଚାପ:
ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବିଟ୍ ଜୁସ୍ ବହୁତ ଲାଭଦାୟକ। ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡ଼ିତ ତେବେ ଆପଣ ବିଟ୍ ରୁଟ୍ ରସ ସେବନ କରିପାରିବେ।
ହିମୋଗ୍ଲୋବିନ୍:
ବିଟ୍କୁ ଜୁସ୍ ପିଇବା ଦ୍ୱାରା ହିମୋଗ୍ଲୋବିନର ଅଭାବ ଦୂର ହୋଇପାରିବ।
କୋଲେଷ୍ଟରଲ:
ବିଟ୍ ଜୁସ୍ରେ ଫାଇଟୋନ୍ୟୁଟ୍ରିଏଣ୍ଟ୍ସ ମିଳିଥାଏ, ଯାହା କୋଲେଷ୍ଟରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ତ୍ୱଚା ଉଜ୍ଜ୍ୱଳ କରେ:
ବିଟ୍ରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ସି’ ଥାଏ, ଯାହା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିପାରେ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ:
ବିଟ୍ରେ ଏପରି ଅନେକ ଗୁଣ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
Powered by Froala Editor